ଓଡିଆନ୍ ନ୍ୟୁଜ

108

ଯୋଡାପେଟ ଶିଶୁଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Team Odian News |

ଯୋଡାପେଟ ଶିଶୁଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
କଟକ,୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ନୟାଗଡରେ ଜନ୍ମ  ଗ୍ରହଣ କରିଥିବା ଯୋଡାପେଟ ଶିଶୁଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଶନିବାରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କଟକ ଶିଶୁ ଭବନରେ  ଯାଇ ଯୋଡ଼ାପେଟ ଶିଶୁଙ୍କୁ ଦେଖିବା ସହ ଏମାନଙ୍କ  ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି  ବୁଝିଥିଲେ ।
ଆବଶ୍ୟକ ପଡିଲେ ରାଜ୍ୟ ବାହାରେ ଏମାନଙ୍କ ଚିକିତ୍ସା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ନୟାଗଡର ଶରଣକୂଳର କିଶୋର ସାହୁଙ୍କ ପତ୍ନୀ ଏକ ଘରୋଇ ଡାକ୍ତରଖାନାରେ ଏହି ଯୋଡା ପେଟ ଶିଶୁଙ୍କୁ ଜନ୍ମ ଦେଇଥିଲେ।  ପରେ ସେମାନଙ୍କୁ କଟକ ଶିଶୁ ଭବନକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା ।