ଓଡିଆନ୍ ନ୍ୟୁଜ

153

ଆଶ୍ରମ ଫେରିଲେ ସୁର ବାବା

Team Odian News |

ଆଶ୍ରମ ଫେରିଲେ ସୁର ବାବା
ଭୁବନେଶ୍ୱର,୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ ପାଇବା ପରେ ସୁରବାବା ଝିଣ୍ଟିରେ ଥିବା ଆଶ୍ରମକୁ ଫେରିଛନ୍ତି । ସୁରବାବା ଓରଫ ସୁରେନ୍ଦ୍ର ମିଶ୍ରକୁ  ଅଗଷ୍ଟ ୩୧,୨୦୧୫ ମସିହାରେ କମିଶନରେଟ ପୁଲିସ  ପକ୍ଷରୁ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହାପରେ ପୁଲିସ ଓ ଅର୍ଥନୈତିକ ଶାଖା ପକ୍ଷରୁ ଝିଣ୍ଟିରେ ଥିବା ଆଶ୍ରମରେ ଚଢଉ କରାଯାଇଥିଲା । ପ୍ରାୟ ୨ ବର୍ଷ ପରେ ସୁର ବାବାଙ୍କୁ ଜାମିନ ମିଳିଛି। ଶୁକ୍ରବାର ରାତିରେ ତାଙ୍କୁ ଝାରପଡା ଜେଲରୁ ଛଡାଯାଇଛି।
ସୂଚନା ଅନୁସାରେ ସୁର ବାବାଙ୍କ ନାମରେ ମୋଟ ୭ଟି ମାମଲା ରୁଜୁ କରାଯାଇଛି।  ଏଥିରେ ସୁରବାବାଙ୍କୁ ହାଇକୋର୍ଟରୁ ୪ ଟି ମାମଲାରେ ଜାମିନ ମିଳିଥିବା ବେଳେ ଭୁବନେଶ୍ୱର ଅଦାଲତରୁ ୨ ମାମଲାରେ ଜାମିନ ଓ ସୁପ୍ରିମକୋର୍ଟରୁ ଗୋଟିଏ ମାମଲାରେ ଜାମିନ ମିଳଛି। ଛତ୍ରପୁରରେ ଜମି ଠକେଇ ମାମଲାରେ ସୁପ୍ରିମ କୋର୍ଟରୁ ସୁରବାବାଙ୍କୁ ଜାମିନ ମିଳିଛି, ହେଲେ ଏହି ମାମଲାର ଶୁଣାଣୀବେଳେ ସେ ଅଦାଲତରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି।
୨୦୧୫ ମସିହାରେ ସୁରବାବାଙ୍କ ସହ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ବି ଗିରଫ କରାଯାଇଥିଲା।