ଓଡିଆନ୍ ନ୍ୟୁଜ

171

ବିଜେପିକୁ କ୍ଷମା ମାଗିଲେ ରାହୁଲ

Team Odian News |

ବିଜେପିକୁ କ୍ଷମା ମାଗିଲେ ରାହୁଲ
ନୂଆଦିଲ୍ଲୀ,୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଭୁଲ ତଥ୍ୟ ଆଧାରିତ ଟ୍ୱିଟ୍‌ ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ କ୍ଷମା ମାଗିଛନ୍ତି । ସେ ଟ୍ୱିଟ୍‌ରେ ବିଜେପି ସମର୍ଥକଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ ମୁଁ ନରେନ୍ଦ୍ର ଭାଇ ନୁହେଁ, ଜଣେ ମଣିଷ । ଆମେ ଭୁଲ କରୁ, ତାହା ହିଁ ଜୀବନକୁ ରୋଚକ କରିଥାଏ । ତଙ୍କ ତ୍ରୁଟିକୁ ଦେଖାଇଥିବାରୁ ସେ ବିଜେପି ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ତ୍ରୁଟିକୁ ଦେଖାଇ ତାଙ୍କ ଉନ୍ନତିର ସହାୟକ ହେବାକୁ ଅନୁରୋଧ କରିବା ସହ ସମସ୍ତଙ୍କୁ ନିଜ ଭଲ ପାଇବା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ରାହୁଲ ଟ୍ୱିଟ୍‌ ଆକାଉଣ୍ଟରେ ଦରଦାମ ବୃଦ୍ଧି ନେଇ ଏକ ପ୍ରଶ୍ନ କରିଥିଲେ । ସେଥିରେ ସେ ଏକ ଫଟୋ ପୋଷ୍ଟ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଏବଂ ବର୍ଦ୍ଧିତ ମୂଲ୍ୟକୁ ପ୍ରଦର୍ଶିତ କରାଇଥିଲେ । ସେଥିମଧ୍ୟରେ ଗ୍ୟାସ ସିଲିଣ୍ଡର, ଡାଲି, ବିଲାତି ବାଇଗଣ, ପିଆଜ, କ୍ଷୀର, ଡିଜେଲ ଆଦିର ବର୍ଦ୍ଧିତ ଦରକୁ ଦେଖାଇଥିଲେ । ସମସ୍ତ ସାମଗ୍ରୀର ଦର ପ୍ରାୟ ୧୦୦%ରୁ ଅଧିକ ବୃଦ୍ଧି ପାଇଥିବା ଦେଖାଯାଇଥିଲା । ଉଦାହରଣସ୍ୱରୁପ ସାରଣୀରେ ଡାଲି ଦର କିଲୋପ୍ରତି ୪୫ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଥିଲା । ଡାଲି ଦର ୭୭% ବୃଦ୍ଧି ପାଇଥିଲାବେଳେ ସାରଣୀରେ ତାହା ୧୭୭% ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । ଅନେକ ଟ୍ୱିଟ୍‌ର ବ୍ୟବହାରକାରୀ ରାହୁଲଙ୍କ ଏହି ତ୍ରୁଟିକୁ ଦେଖାଇ ରିଟ୍ୱିଟ୍‌ କରିଥିଲେ । ପରବର୍ତ୍ତୀ ସମୟରେ ରାହୁଲ ସେହି ଟ୍ୱିଟ୍‌କୁ କାଢି ନେଇ ଏକ ସଂଶୋଧିତ ଟ୍ୱିଟ୍‌ କରିଥିଲେ