ଓଡିଆନ୍ ନ୍ୟୁଜ

152

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ କର୍ଣ୍ଣାଟକ ଗଲେ ୩ ପ୍ରତିଯୋଗୀ

Team Odian News |

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ କର୍ଣ୍ଣାଟକ ଗଲେ ୩ ପ୍ରତିଯୋଗୀ
ବ୍ରହ୍ମପୁର,୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ) : କର୍ଣ୍ଣାଟକର ଧରୱାର୍ଡଠାରେ ଅନୁଷ୍ଠିତ ହେଉଥିବା ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ ବ୍ରହ୍ମପୁର ଟାଇକୋଣ୍ଡୋ ଏକାଡେମୀର ତିନି ପ୍ରତିଯୋଗୀ ଏଠାରୁ ଯାତ୍ରା କରିଛନ୍ତି। ଆସନ୍ତା ୮ ତାରିଖ ଠାରୁ ତିନି ଦିନ ଧରି ଏହି ପ୍ରତିଯୋଗିତା ଧରୱାର୍ଡ ଠାରେ ହେବ। ସେଥିପାଇଁ ଭୁବନେଶ୍ୱର-ପୁନେ ଟ୍ରେନ ଯୋଗେ ବ୍ରହ୍ମପୁରର ପ୍ରତିଯୋଗୀମାନେ ଯାତ୍ରା କରିଛନ୍ତି।ବ୍ରହ୍ମପୁର ଟାଇକୋଣ୍ଡୋ ଏକାଡେମୀର ମୁଖ୍ୟ କୋଚ ଶ୍ରୀ ଅମ୍ବିକା ପ୍ରସାଦ ଦାଶଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗୀମାନେ ପ୍ରଶିକ୍ଷଣ ନେଇଛନ୍ତି। ବ୍ରହ୍ମପୁରର ଶ୍ରୀ ସୌମ୍ୟ ସ୍ୱରାଜ ସାହୁ ( ସବ ଜୁନିୟର ୨୭ କେ.ଜି. ଓଜନ ଵର୍ଗ),ଶ୍ରୀ ଜିନେସ ଦାସ( ଜୁନିୟର ୪୮କେ.ଜି.ଓଜନ ଵର୍ଗ), ସୁଶ୍ରୀ ପ୍ରଭଜତ କୌର( ଜୁନିୟର ୫୯ କେ.ଜି.ଓଜନ ଵର୍ଗ) ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ଯାଇଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ଠାରେ କୋଚ ଶ୍ରୀ ଦାଶ, ଏକାଡେମୀର ସେକ୍ରେଟାରୀ ଶ୍ରୀ ଚନ୍ଦନ ପାଢ଼ୀ ଙ୍କ ସମେତ ବହୁ ଅଭିଭାବକ ଓ ଟାଇକୋଣ୍ଡୋ ପ୍ରେମୀ ପ୍ରତିଯୋଗୀମାନଙ୍କୁ କୃତିତ୍ୱ ପ୍ରଦର୍ଶନ ଓ ସଫଳ ଯାତ୍ରା ପାଇଁ ଶୁଭ କାମନା କରି ଶୁଭେଚ୍ଛା ଜଣାଇଥିଲେ