ଓଡିଆନ୍ ନ୍ୟୁଜ

167

ସୁଧହାର ଅପରିବର୍ତ୍ତିତ

Team Odian News |

ସୁଧହାର ଅପରିବର୍ତ୍ତିତ
ମୁମ୍ବାଇ,୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଦ୍ୱିମାସିକ ଋଣନୀତି ସମୀକ୍ଷା ପ୍ରକାଶ ପାଇଛି । ଏଥିରେ ରେପୋ ହାର ୬ ପ୍ରତିଶତ, ରିଭର୍ସ ରେପୋ ହାର ୫.୭୫ ପ୍ରତିଶତ ଓ ବ୍ୟାଙ୍କ ହାର ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମଧ୍ୟବର୍ତ୍ତିକାଳୀନ ସମୟ ପାଇଁ ଖାଉଟି ମୁଦ୍ରାସ୍ପୀତି ହାର ୪ ପ୍ରତିଶତ ରଖିବା ଲକ୍ଷ୍ୟରେ ଏପରି ହୋଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ରେପୋ ହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ କିସ୍ତି କମିବାର ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ଦେଶର ଖାଉଟି ମୁଦ୍ରାସ୍ପୀତି ହାର ୪.୩ରୁ ୪.୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆରବିଆଇ ପକ୍ଷରୁ ଆକଳନ କରାଯାଇଛି।