ଓଡିଆନ୍ ନ୍ୟୁଜ

135

କଣାସରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କଲେ ତିନି ଯୁବକ

Team Odian News |

କଣାସରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କଲେ ତିନି ଯୁବକ
ପୁରୀ,୯/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ପୁରୀ ଜିଲା କଣାସ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତହସିଲ କାର୍ୟ୍ୟାଳୟ ଭିତରେ ଅତିରିକ୍ତ ତହସିଲଦାର ଓ ତହସିଲଦାରଙ୍କୁ ତିନି ଜଣ ଯୁବକ ଆକ୍ରମଣ କରିଛନ୍ତି । ଶନିବାର ପୂର୍ବାହ୍ନରେ ଏହି ଯୁବକମାନ କାର୍ୟ୍ୟାଳୟ ଭିତରେ ଅତିରିକ୍ତ ତହସିଲଦାରଙ୍କୁ  ଆକ୍ରମଣ କରିଥିଲେ। ତହସିଲଦାର ସଞ୍ଜୟ ପ୍ରତିହାରୀ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବା ବେଳେ ସେମାନେ ତାଙ୍କୁ ବି ଛାଡି ନ ଥିଲେ। 
ଏହି ଆକ୍ରମଣର ଦୃଶ୍ୟ କାର୍ୟ୍ୟାଳୟରେ ଲାଗିଥିବା ସିସିଟିଭିରେ କଏଦ ରହିଛି। ତେବେ କେଉଁ କାରଣରୁ ଏମାନେ ଆକ୍ରମଣ କରିଛନ୍ତି ତାହା ଜଣା ପଡି ନାହିଁ। ପୁଲିସ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଚନ୍ଦପଡାର ବାବୁଲିପାତ୍ର ବୋଲି ଜଣା ପଡିଛି।