ଓଡିଆନ୍ ନ୍ୟୁଜ

103

ଗୁଜୁରାଟ ପ୍ରଥମ ପ୍ରର୍ୟ୍ୟାୟ ନିର୍ବାଚନରେ ୬୮% ମତଦାନ

Team Odian News |

ଗୁଜୁରାଟ ପ୍ରଥମ ପ୍ରର୍ୟ୍ୟାୟ ନିର୍ବାଚନରେ ୬୮% ମତଦାନ

ଗାନ୍ଧିନଗର ,୯/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ୟ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଥମ ପର୍ୟ୍ୟାୟରେ ୬୮% ମତଦାନ ହୋଇଥିବା ସୂଚନା ମିଳିଛି । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଗ୍ରହଣ କରାଯାଇଥିଲା ବେଳେ ବୁଥଗୁଡ଼ିକରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏହି ପର୍ୟ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ଏଥିପାଇଁ ୨୪, ୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଥିଲା । ପ୍ରଥମ ପ୍ରର୍ୟ୍ୟାୟ ମତଦାନ ଶେଷ ସହ ୯୭୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ମେସିନରେ ବନ୍ଦ ହୋଇଯାଇଛି । ପ୍ରଥମ ପ୍ରର୍ୟ୍ୟାୟରେ ୧୯ ଜିଲା ମଧ୍ୟରୁ କଚ୍ଛ ଜିଲାରେ ୬୩% ମତଦାନ ହୋଇଥିଲାବେଳେ ସୁରେନ୍ଦ୍ରନଗରରେ ୬୫%, ମୋର୍ବି ଜିଲାରେ ୭୫% ମତଦାନ, ରାଜକୋଟରେ ୭୦%, ଜାମନଗରରେ ୬୫%, ଦେବଭୂମି ଦ୍ୱାରକାରେ ୬୩%, ପୋରବନ୍ଦରରେ ୬୦%, ଜୁନାଗଡ଼ରେ ୬୫%, ଗିର ସୋମନାଥରେ ୭୦%, ଆମରେଲି ୬୭%, ଭାବନଗରରେ ୬୨%, ବୋତାଦରେ ୬୦%, ନର୍ମଦାରେ ୭୩%, ବାରୁଚରେ ୭୧%, ସୁରାଟରେ ୭୦%, ତାପିରେ ୭୩%, ଡାଙ୍ଗରେ ୭୦%, ନାଭସାରିରେ ୭୫%, ଭାଲସାଦରେ ୭୦% ମତଦାନ ହୋଇଛି । ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାର ବାକି ୯୩ ଆସନ ପାଇଁ ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୧୮ରେ ଭୋଟ ଗଣତି ହେବ ।