ଓଡିଆନ୍ ନ୍ୟୁଜ

121

ଏସିଆର ସବୁଠୁ ଆକର୍ଷଣୀୟା ମହିଳା ପ୍ରିୟଙ୍କା ଚୋପ୍ରା

Team Odian News |

ଏସିଆର ସବୁଠୁ ଆକର୍ଷଣୀୟା ମହିଳା ପ୍ରିୟଙ୍କା ଚୋପ୍ରା

ଲଣ୍ଡନ,୯/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଏସିଆର ସବୁଠୁ ଆକର୍ଷଣୀୟା ମହିଳା ତାଲିକାର ଏକ ନମ୍ବର ସ୍ଥାନରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିକଟରେ ବିଶ୍ୱସ୍ତରରେ ଭୋଟିଂ କରାଯାଇ ୩୫ ବର୍ଷୀୟା କ୍ୱାଣ୍ଟିକୋ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଲଣ୍ଡନସ୍ଥିତ ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ପକ୍ଷରୁ ୫୦ ଆକର୍ଷଣୀୟା ଏସିଆ ମହିଳା ଭୋଟିଂ କରାଯାଇଥିଲା । ତେବେ ୫ମ ଥର ପାଇଁ ପ୍ରିୟଙ୍କା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଗତଥର ବିଜୟିନୀ ଦୀପିକା ପାଦୁକୋନ ଚଳିତଥର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ନିୟା ଶର୍ମା, ଚତୁର୍ଥରେ ଆଲିୟା ଭଟ୍ଟ, ୫ମରେ ମାହିରା ଖାନ, ୬ଷ୍ଠ ଆକର୍ଷଣୀୟା ମହିଳା ଭାବେ ଅଭିନେତ୍ରୀ ଦ୍ରଷ୍ଟି ଧମି ମନୋନୀତ ହୋଇଛନ୍ତି ।