ଓଡିଆନ୍ ନ୍ୟୁଜ

139

ନିଶା ବିରୁଦ୍ଧରେ ଏକାଠି ହେଲେ ମହିଳା ।

Team Odian News |

ନିଶା ବିରୁଦ୍ଧରେ ଏକାଠି ହେଲେ ମହିଳା । 
ରାଜକନିକା,୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜକନିକା ବ୍ଲକ୍‍ ଅନ୍ତର୍ଗତ ଡ଼ାଳିକାଏନ୍ଦା ଗ୍ରାମରେ ନିଶାନିବାରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି  । ଗ୍ରାମର ସମସ୍ତ ମହିଳାମାନେ ନିଶା ବିରୁଦ୍ଧରେ ଏକାଠି ହୋଇ ଏହି ସଭାକୁ ଆୟୋଜନ କରିଛନ୍ତି  ।  କୌଳାସ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ସମାଜସେବୀ ଡକ୍ଟର ହୟଗ୍ରୀବ ଗୁରୁ ଯୋଗଦେଇ ବିଭିନ୍ନ ପ୍ରକାରର ନିଶା ସେବନ ଦ୍ୱାରା କିଭଳି ମଣିଷ ଜୀବନ କବଳିତ ହେଉଛି ଏବଂ ଯୁବ ଗୋଷ୍ଠୀ କିଭଳି ଭାବେ ବିପଥଗାମୀ ହେଉଛି ସେ ସଂପର୍କରେ ଆଲୋପାତ୍‍ କରିଥିଲେ  । ମୁଖ୍ୟଅତିଥି ଭାବେ ପ୍ରତିଭା ପୂଜା ପରିଷଦର ସଂପାଦକ କପିଳ ମିଶ୍ର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶୁଭ୍ରାଂଶୁ ଭୂଷଣ ସୂତାର, ଡ଼ାଳିକାଏନ୍ଦା ଗ୍ରାମର ନିଶାନିବାରଣ କମିଟିର ସଭାପତି ସବିତା ବେହେରା, ସଂପାଦକ ଶାନ୍ତିଲତା ରାଉତ, ଉପଦେଷ୍ଠା ସୁପ୍ରଭା ପାଣି, ସରପଞ୍ଚ ଗାୟତ୍ରୀ ଜେନା, କେନ୍ଦ୍ରାପଡ଼ା ଜିଲା ନିଶାମୁକ୍ତି ଅଭିଯାନର ସଂଯୋଜକ ପାର୍ବତୀ ନାୟକ, ଦାମୋଦର ଧଳ, ପିତାମ୍ବର ଜେନା, ଉମେଶ ଚନ୍ଦ୍ର ମଲ୍ଲ, ମଙ୍ଗୁଳି ଚରଣ ବେହେରା, ବିଦ୍ୟାଧର ବେହେରା ଏବଂ ବସୁଦେବ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଶାକୁ ବାରଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ  । ଏହି ଅବସରରେ ସମାଜସେବୀ ଡକ୍ଟର ଗୁରୁଙ୍କ ଦ୍ୱାରା ଲିଖିତ ନିଶା ସେବନରୁ ଦୂରେଇବା ପାଇଁ ନିବେଦନ ପୁସ୍ତିକାକୁ ଉନ୍‍ମୋଚିତ ହୋଇଥିଲା  । ଏହା ସହିତ ଗ୍ରାମକୁ ନିଶାମୁକ୍ତି କରିବା ପାଇଁ ଶତାଧିକ ମହିଳାମାନେ ଏକାଠି ହୋଇ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଦାଣ୍ଡରେ ଶପଥ ପାଠ କରିଥିଲେ  । ଗ୍ରାମରେ କେହି ନିଶା ସେବନ କଲେ କିମ୍ବା ବିକ୍ରି କଲେ ତାହାକୁ ମହିଳାମାନେ ପ୍ରତିରୋଧ କରିବେ ବୋଲି ମହିଳାମାନେ ସମସ୍ତଙ୍କୁ ଚେତାବନୀ ଦେଇଥଇଲେ  । ୨୦୧୮ ସୁଦ୍ଧା ଗ୍ରାମକୁ ନିଶାମୁକ୍ତି କରିବା ପାଇଁ ମହିଳାମାନେ  ସମସ୍ତ ଯୁବ ଭାଇ ମାନଙ୍କୁ ନିବେଦନ କରିଥିଲେ  । ଏହି କାର୍ଯ୍ୟକ୍ରମକୁ  ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘର ସଭାପତି ପ୍ରମୋଦ ରାଉତ, ଶକ୍ତିମୟ ବିଶ୍ୱାଳ, ଅନିଲ ଗୁରୁ, ଅମିତ୍‍ ବିଶ୍ୱାଳ, ସୁବ୍ରତ ପାଣି, ନିଳେନ୍ଦ୍ରୀ ସାହୁ, ଯୋତ୍ସାରାଣୀ ବିଶ୍ୱାଳ ଏବଂ ଲତା ବେହେରା ପ୍ରମୁଖ ସହଯୋଗ କରିଥିଲେ  ।