ଓଡିଆନ୍ ନ୍ୟୁଜ

111

ବାହା ହେଲେ ବିରାଟ-ଅନୁଷ୍କା

Team Odian News |

ବାହା ହେଲେ ବିରାଟ-ଅନୁଷ୍କା
ନୂଆଦିଲ୍ଲୀ,୧୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଇଟାଲୀର ମିଲାନ ସହରରେ ଏହି ଦୁଇ ସେଲିବ୍ରିଟିଙ୍କ ବାହାଘର ହୋଇଛି । ପୂର୍ବରୁ ଏ ନେଇ ଖବର ରହିଥିଲେ ଏହି ଦୁଇ ଷ୍ଟାରଙ୍କ ପକ୍ଷରୁ ଘୋଷଣା କରାଯାଇ ନ ଥିଲା । ତେବେ ରାତି ପ୍ରାୟ ୮ଟାରେ ବିରାଟ ଓ ଅନୁଷ୍କା ଟ୍ୱିଟର ଜରିଆରେ ବାହାଘର ହେବା ନେଇ ଜଣାଇବା ସହ ବିବାହ ବେଳର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ମୁମ୍ବାଇରେ ରିସେପସନ୍‌ ପାର୍ଟିର ଆୟୋଜନ ହେବ ବୋଲି ଜଣାପଡ଼ିଛି ।