ଓଡିଆନ୍ ନ୍ୟୁଜ

198

ପାର।ଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ

Team Odian News |

ପାର।ଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ
ପାର।ଦୀପ,୧୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):ପାର।ଦୀପ ତୈଳ ବିଶୋଧାନାଗାରରେ ଅଗ୍ନିକାଣ୍ଡ ଘଟିଛି। ଏହା ପରିସରରେ ପ୍ରବଳ ମାତ୍ରାରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ଏହାର ଏକ ନମ୍ବର ଗେଟ ନିକଟରେ ଥିବା 'ଏୟାର ସିସି' ୟୁନିଟରେ ନିଆଁ ଲାଗିଥିବା ଜଣା ପଡିଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଓ ବିଶୋଧନାଗାର ପ୍ରତି କୈଣସି ବିପଦ ନ ଥିବା ତୈଳ ବିଶୋଧନାଗାରର ଏଜିଏମ୍‌ ବି ଶର୍ମା କହିଛନ୍ତି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲେ। ନିଆଁ ଯୋଗୁଁ ପ୍ରବଳ କଳା ଧୂଆଁ ସୃଷ୍ଟି ହେବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହାର କାରଣ ଜଣା ପଡିନାହାିଁ।