ଓଡିଆନ୍ ନ୍ୟୁଜ

129

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ

Team Odian News |

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ
ନୂଆଦିଲ୍ଲୀ,୧୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ କର୍ମୀଙ୍କ ପାଇଁ ଖୁସି ଖବର । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଅପରାହ୍ନ ପ୍ରାୟ ୩ଟାରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ସମୟ ଶେଷ ହେବାର କିଛି ସମୟ ପରେ ଔପଚାରିକତା ଭାବେ ଏହି ଘୋଷଣା କରାଯାଇଛି । ଆଜି ହିଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଥିଲା । ତେବେ ରାହୁଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହି ସମୟରେ ରାହୁଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ୮୯ଟି ସେଟ୍‌ ପତ୍ର ସଠିକ୍‌ ରହିଥିଲା । ଗତ ୪ ତାରିଖରେ ରାହୁଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆସନ୍ତା ୧୭ ତାରିଖରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ଓ କଂଗ୍ରେସ ସାଂସଦମାନଙ୍କ ଲାଗି ନୈଶ୍ୟ ଭୋଜିର ଆୟୋଜନ କରିବେ । ତେବେ ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ରାହୁଲ ନେତାମାନଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏଥିପୂର୍ବରୁ ରାହୁଲ ୧୪ ଡିସେମ୍ବରରେ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ନେଇ କୁହାଯାଉଥିଲା । ମାତ୍ର ସେହି ତାରିଖରେ ଗୁଜରାଟରେ ଭୋଟ ଗ୍ରହଣ ଥିବା ତାରିଖ ଘୁଞ୍ଚାଇ ଦିଆଯାଇଛି ।