ଓଡିଆନ୍ ନ୍ୟୁଜ

131

ଭାରତ ଏବେ ଅଗ୍ରଣୀ ବିଶ୍ୱ ଶକ୍ତି : ଆମେରିକା

Team Odian News |

ଭାରତ ଏବେ ଅଗ୍ରଣୀ  ବିଶ୍ୱ ଶକ୍ତି : ଆମେରିକା
ଓ୍ୱାଶିଂଟନ,୧୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ଭାରତ ଏବେ  ଅଗ୍ରଣୀ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ମଙ୍ଗଳବାରରେ ଆମେରିକାର ନୂତନ  ଜାତୀୟ ସୁରକ୍ଷା ରଣନୀତି ପ୍ରକାଶ କରାଯିବା ସମୟରେ ଆମେରିକା ପକ୍ଷରୁ ଏହା କୁହାଯାଇଛି। ଭାରତ ସହ ସମ୍ବନ୍ଧ ସୁଦୃଢ ହୋଇ ପାରିଲେ ଭାରତ ମହାସାଗରରେ  ସୁରକ୍ଷାକୁ ଅହୁରି ମଜବୁତ କରାଯାଇ ପାରିବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦକ୍ଷିଣ ଏସିଆରେ ଚୀନ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଛି। ଓବିଓଆର ସଡକ ପ୍ରକଳ୍ପ ଓ ଚୀନ -ପାକିସ୍ତାନ ଅର୍ଥନୈତିକ ପ୍ରକଳ୍ପ ଦ୍ୱାରା ଚୀନ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଦକ୍ଷିଣ ଏସିଆରେ ଦେଶମାନଙ୍କର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଭାରତ ସହ ଆମେରିକାର ବନ୍ଧୁତା ସାହାଯ୍ୟ କରିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧର ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆମେରିକାର ନୂତନ  ଜାତୀୟ ସୁରକ୍ଷା ରଣନୀତିରେ ସୂଚନା ଦିଆଯାଇଛି।