ଓଡିଆନ୍ ନ୍ୟୁଜ

126

ବାରବାଟୀ ଟି-୨୦ରେ ୧୫୦ରନ୍‌ରୁ ଊଦ୍ଧ୍ୱର୍ ଟାର୍ଗେଟ ରଖିଛି ଶ୍ରୀଲଙ୍କା

Team Odian News |

ବାରବାଟୀ ଟି-୨୦ରେ ୧୫୦ରନ୍‌ରୁ ଊଦ୍ଧ୍ୱର୍ ଟାର୍ଗେଟ ରଖିଛି ଶ୍ରୀଲଙ୍କା
କଟକ,୧୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବୁଧବାର ବାରବାଟୀ ଷ୍ଟାଡିୟମଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ମ୍ୟାଚରେ ୧୫୦ରୁ ଊଦ୍ଧ୍ୱର୍ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଆଜି ଏ ସମ୍ପର୍କୀତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଲଙ୍କା ଟିମର ଅଧିନାୟକ ତୁଷାରା ପରେରା ମନ୍ତବ୍ୟ ରଖିଛନ୍ତି । ଭାରତ-ଶ୍ରୀଲଙ୍କା ମଧ୍ୟରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଭାରତକୁ କଡ଼ା ଟକ୍କର ଦେବ ବୋଲି ତୁଷାର ଆଶା ରଖିଛନ୍ତି ।