ଓଡିଆନ୍ ନ୍ୟୁଜ

131

ଗୁଜୁରାଟ ଫଳାଫଳ କଂଗ୍ରେସ ପାଇଁ ଆଶାଜନକ: ରାହୁଲ

Team Odian News |

ଗୁଜୁରାଟ ଫଳାଫଳ କଂଗ୍ରେସ ପାଇଁ ଆଶାଜନକ: ରାହୁଲ
 ନୂଆଦିଲ୍ଲୀ ,୧୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ବାଜିମାତ୍‌ କରିଥିଲେ ମଧ୍ୟ କଂଗ୍ରେସ ଏହାକୁ କଡା ଟକ୍କର ଦେଇଛି। ଏଥିପାଇଁ ଦୀର୍ଘ ୨୨ ବର୍ଷ ପରେ ୧୦୦ରୁ କମ୍‌ ସିଟ୍‌ ହାସଲ କରିଛି ଭାଜପା। ମଙ୍ଗଳବାର ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ଫଳାଫଳ କଂଗ୍ରେସ ପାଇଁ ଆଶାଜନକ। ଅନ୍ୟପକ୍ଷେ ଏହା ଭାଜପାକୁ ଏକ ଶିକ୍ଷା। ଆମେ ଜିତି ପାରିଥାନ୍ତୁ, ମାତ୍ର କିଛି କମ୍‌ ହୋଇଗଲା। ଗୁଜରାଟବାସୀ ତାଙ୍କୁ ବହୁତ ଭଲପାଇବା ଦେଇଥିବାରୁ ଧନ୍ୟବାଦ ବୋଲି ରାହୁଲ କହିଛନ୍ତି। ଏଥିସହ ଗୁଜରାଟରେ ଜିତ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ସେ କଡା ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ମୋଦି ଏହାକୁ ଜିଏସ୍‌ଟି ଉପରେ ମୋହର ବୋଲି ଅଭିହିତ କରିଥିଲେ। ଏହାକୁ ରାହୁଲ ଅଜବ କଥା ବୋଲି କହିବା ସହ ଏବେ ଦେଶ ତାଙ୍କ କଥା ଶୁଣୁନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସୂଚନା ଯୋଗ୍ୟ, ସୋମବାର ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ୭୭ଟି ସିଟ୍‌ରେ ଜିତ୍‌ ହାସଲ କରିଥିବା ବେଳେ ଭାଜପା ୯୯ରେ ଜିତି ପୁଣିଥରେ କ୍ଷମତାକୁ ଆସିଛି।