ଓଡିଆନ୍ ନ୍ୟୁଜ

165

ଓଡିଶାର ନୃତ୍ୟ ସଙ୍ଗୀତ ସହ ଭାଷା ଓ ଦୃଷ୍ଟିକୋଣ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି - ଧର୍ମେନ୍ଦ୍ର ପ୍ରଧାନ, ଆଦୁର ଗୋପାଳକୃଷ୍ଣନଙ୍କୁ ଭରତ ମୁନି ସମ୍ମାନ

Team Odian News |

ଓଡିଶାର ନୃତ୍ୟ ସଙ୍ଗୀତ ସହ ଭାଷା ଓ ଦୃଷ୍ଟିକୋଣ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି - ଧର୍ମେନ୍ଦ୍ର ପ୍ରଧାନ
ଆଦୁର ଗୋପାଳକୃଷ୍ଣନଙ୍କୁ ଭରତ ମୁନି ସମ୍ମାନ

ଭୁବନେଶ୍ୱର ,୧୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଓଡିଶାର ନୃତ୍ୟ ସଙ୍ଗୀତ ସହ ଭାଷା, ବ୍ୟଂଜନ, ଜୀବନଶୈଳୀ ଓ ଦୃଷ୍ଟିକୋଣ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । କେବଳ ଭାରତୀୟ ଜୀବନ ପ୍ରବାହ ନୁହେଁ ସମଗ୍ର ବିଶ୍ୱର ଜୀବନ ପ୍ରବାହକୁ ପ୍ରଭାବିତ କରିବା ଭଳି କ୍ଷମତା ଓଡିଆ ସମାଜରେ ଅଛି ବୋଲି ଭରତମୁନି ସମ୍ମାନ ଉତ୍ସବରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ୟ୍ୟକ୍ରମର ଆୟୋଜକ ମାନେ ଓଡିଆ, ସଂସ୍ଥାର ନାମ କଳିଙ୍ଗାୟନତୃୟତିତ୍ରିକମ ସଂସ୍କୃତ । ଯେଉଁ ମହାମନିଷୀଙ୍କ ନାମରେ ସମ୍ମାନ ଦିଆ ଯାଉଛି ଭରତ ମୁନି ଯିଏ ତାମିଲର ଜଣେ ପ୍ରଖ୍ୟାତ ପଣ୍ଡିତ । ଆଜି ଦିନରେ ଯାହାଙ୍କୁ ସମ୍ମାନିତ କରାଯାଉଛି ସେ ହେଉଛନ୍ତି କେରଳର ମାଲୟଲମ ଭାଷାଭାଷୀ ଓ ଜଣେ ପ୍ରଖ୍ୟାତ ଚଳଚିତ୍ର ନିର୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ପ୍ରଯୋଜକ ଆଦୁର ଗୋପାଳକୃଷ୍ଣନ । ଭୁବନେଶ୍ୱରର ଏହି ସାଂସ୍କୃତିକ ସଂଧ୍ୟା ଓଡିଶାର ସଂସ୍କାର, ସଂସ୍କୃତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ପରମ୍ପରାର ପ୍ରବାହମାନ ଧାରାର ଏକ ଅନନ୍ୟ ପ୍ରତିଛବି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟ ଅତୀତରେ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓଡିଶାରେ ରହୁଥିବା ଜାପାନୀ ନୃତ୍ୟ ଶିଳ୍ପୀ ମସାକୋ ଉନୋଙ୍କ ତାଳପତ୍ର ଭିଜିଟିଂ କାର୍ଡ କଥା କହି ସେ ଏପରି ନିଜ ପାଇଁ କାର୍ଡ ପ୍ରସ୍ତୁତ ପାଇଁ ଆଗ୍ରହୀ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ସମୟରେ ସ୍ଥପତି ସୁଦର୍ଶନ ସାହୁଙ୍କ ତିଆରି କଇଁଛକୁ ଦେଖି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲେ । ଓଡିଆଙ୍କ ପାଖରେ ବିଶ୍ୱକୁ ପ୍ରଭାବିତ କରିବାର ଶକ୍ତି ଥିବା ସତ୍ୱେ ଓଡିଆଙ୍କ ବିନମ୍ରତା, ବିନୟତା ଓ କମ୍‌୩ କହିବାର ସ୍ୱଭାବ ବୋଧ ହୁଏ ଓଡିଆ ଜାତିକୁ ଅସୁବିଧାରେ ପକାଇଲା ଭଳି ଲାଗୁଛି । ଓଡିଆ ସମାଜର ଶକ୍ତି ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ବକ୍ଷରେ ପୁଣି ଏକ ବିଂଶ ଶତାବ୍ଦୀରେ ଦୃଢତାର ସହିତ ଉପସ୍ଥାପିତ କରିବା ପାଇଁ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।