ଓଡିଆନ୍ ନ୍ୟୁଜ

125

ମହାନଦୀ ପ୍ରସଙ୍ଗରେ ସଂସଦ ପରିସରରେ ଧାରଣ ଦେଲେ ବିଜେଡି ସାଂସଦ

Team Odian News |

ମହାନଦୀ ପ୍ରସଙ୍ଗରେ ସଂସଦ ପରିସରରେ ଧାରଣ ଦେଲେ ବିଜେଡି ସାଂସଦ
ନୂଆଦିଲ୍ଲୀ,୨୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲ ଗଠନ ଦାବିରେ ବିଜେଡି ସାଂସଦମାନେ ସଂସଦ ଭବନ ପରିସରରେ ଧାରଣ ଦେଇଥିଲେ।   ସାଂସଦମାନେ ଗାନ୍ଧୀ ମୂର୍ତ୍ତୀ ନିକଟରେ ଧାରଣ ଦେବା ସହ ଟ୍ରିବୁନାଲ ଗଠନ ପାଇଁ ନାରାବାଜି ଦେଇଥିଲେ।  ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଛି, କେନ୍ଦ୍ର ସରକାର ମହାନଦୀ ବିବାଦର ଅନ୍ତ ପାଇଁ ଟ୍ରିବୁନାଲ ଗଠନ କରନ୍ତୁ ବୋଲି  ବିଜେଡି ସାଂସଦମାନେ ଦାବି କରିଛନ୍ତି ।

ସଂସଦରେ ମହାନଦୀ ପ୍ରସଙ୍ଗରେ  ବିଜେଡି ସହ ତୃଣ ମୂଳ କଂଗ୍ରେସ ସ୍ୱର ମିଳାଇଛି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମହାନଦୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବରେ ନହେଲେ ବି ଅନ୍ୟ କୌଣସି ଫୋରମରେ ଆଲୋଚନାପାଇଁ ଦାବି କରିଥିଲେ। ତୃଣ ମୂଳ କଂଗ୍ରେସ ସାଂସଦ ସୁଦୀପ ବଙ୍ଗୋପାଧ୍ୟାୟ ଏହାକୁ ସମର୍ଥନ କରିଥିଲେ। ତୃଣ ମୂଳ କଂଗ୍ରେସର ସାଂସଦମାନେ ଏହାକୁ ସମର୍ଥନ କରୁଥିବା ସୁଦୀପ ବଙ୍ଗୋପାଧ୍ୟାୟ କହିଛନ୍ତି । ସେହିପରି ରାଜ୍ୟ ସଭାରେ  ଦିଲ୍ଲୀପ ତିର୍କୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ।  ରାଜ୍ୟ ସଭା ସାସଂଦ ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଶୂନ୍ୟ କାଳରେ ଉଠାଇଥିଲେ। ଏହା  ଉପରେ ଆଲୋଚନା ପାଇଁ ସେ ଦାବି କରିଛନ୍ତି । ଏହା ଉପରେ ମୁଲତବୀ ପ୍ରସ୍ତାବ  ପାଇଁ ଅନୁମତି ଦେଇ ହେବନି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରକାଶ କରିଥିଲେ। ମହାନଦୀ ପ୍ରସଙ୍ଗରେ ସେ ଚର୍ଚ୍ଚା ପାଇଁ ସମୟ ନିଶ୍ଚୟ ଦେବେ ବୋଲି କହିଛନ୍ତି ।

  କେନ୍ଦ୍ର ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟରେ ଜଣାଇବାପରେ   ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି।  ନୂଆଦିଲ୍ଲୀରେ ବିଭିନ୍ନ ସଂଗଠନ ପକ୍ଷରୁ ମହାନଦୀ ବଞ୍ଚାଅ ସତ୍ୟାଗ୍ରହ ଆରମ୍ଭ ହୋଇଛି। ୧୪ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି ।