ଓଡିଆନ୍ ନ୍ୟୁଜ

130

କାଶରୁ ଉପଶମ ଦେବ ଏହି ଘରୋଇ ଉପଚାର

Team Odian News |

କାଶରୁ ଉପଶମ ଦେବ ଏହି ଘରୋଇ ଉପଚାର
ଭୁବନେଶ୍ୱର,୨୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଶୀତଦିନେ ଅଧିକାଂଶ ଲୋକ କାଶ ରେ ଆକ୍ରାନ୍ତ ହୁଅନ୍ତି । ରାତିରେ ଶୋଇବା ସମୟରେ କାଶ ହେଲେ ବେଶୀ କଷ୍ଟ ହୋଇଥାଏ। ଏହି ସମୟରେ କାଶରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର କରି ଥାଆନ୍ତି । ଏଥିରୁ ଉପଶମ ପାଇବା ପାଇଁ ଅନେକ ଘରୋଇ ଉପଚାର ଅଛି। ନିମ୍ନରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ମିଶ୍ରଣକୁ ଚା’ କିମ୍ବା ଉଷୁମ ପାଣି ସହ ପିଇଲେ ଭଲ-

ମହୁ, ଲେମ୍ବୁ କିମ୍ବା କମଳା, ପୋଦିନା ପତ୍ର , ଅଦା, ଲବଙ୍ଗ କିମ୍ୱା ଗୁଜୁରାତିକୁ ନେଇ ଏହି ମିଶ୍ରଣ ପ୍ରସ୍ତୁତ କରିବେ ।

 

ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ , ଲେମ୍ବୁ ରସ ଓ କମଳା ରସରେ ଥିବା ଜୀବାଣୁ ବିନାଶକାରୀ ଗୁଣ, ଅଦା ଓ ପୋଦିନାରେ ଥିବା କାଶ ବିନାଶକାରୀ ଗୁଣ ବେଶ ଉପକାରୀ

 

 ପ୍ରଥମ ମିଶ୍ରଣ- ଲେମ୍ବୁ , ଅଦା ଓ ମହୁ
ମହୁରେ ଲେମ୍ବୁ ଓ ଅଦାକୁ ଛୋଟ ଛୋଟ  ଖଣ୍ଡରେ କାଟି ପକାଇ ରଖିବେ ଏହାକୁ ଉଷୁମ ପାଣି କିମ୍ବା ଚା’ରେ ପକାଇ ପିଇଲେ ଉପକାର ମିଳିବ।

ଦ୍ୱିତୀ ମିଶ୍ରଣ ଲେମ୍ବୁ , ମହୁ ପୋଦିନା
ମହୁରେ ଲେମ୍ବୁ ଓ ପୋଦିନା ପତ୍ରକୁ ଛୋଟ ଛୋଟ  ଖଣ୍ଡରେ କାଟି ପକାଇ ରଖିବେ ଏହାକୁ ଉଷୁମ ପାଣି କିମ୍ବା ଚା’ରେ ପକାଇ ପିଇଲେ ଉପକାର ମିଳିବ।


ତୃତୀୟ ମିଶ୍ରଣ
ସେହିପରି ଲେମ୍ବୁ, ଅଳେଇଚ ଗୁଣ୍ଡ ଓ ମହୁରୁ ମିଶ୍ରଣ କରି ୪ରୁ ୫ ଘଣ୍ଟା ପରେ ଏହାକୁ ବ୍ୟବହାର କରି ପାରିବେ। ଏହିକୁ ଏକ କପ ଉଷୁମ ପାଣି କିମ୍ବା  ଚା’ ରେ ମିଶାଇ ପି ପାରିବେ।