ଓଡିଆନ୍ ନ୍ୟୁଜ

158

ଚହଲଙ୍କ କମାଲ ; ବାରବାଟୀରେ ଭାରତ ବିଜୟୀ

Team Odian News |

ଚହଲଙ୍କ କମାଲ ; ବାରବାଟୀରେ ଭାରତ ବିଜୟୀ
କଟକ,୨୧/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): କଟକର ବାରବାଟୀ ଷ୍ଟାଡିୟମରୁ ଭାରତ ପୁଣି ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଚଳିତ ଟ୍ୱେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୯୩ ରନ୍‌ ରେ ପରାସ୍ତ କରି ଟେଷ୍ଟ ଓ ଦିନିକିଆ ଭଳି ଟ୍ୱେଣ୍ଟି-୨୦ ସିରିଜ ମଧ୍ୟ ବିଜୟ ଅଭିଯାନରୁ ଆରମ୍ଭ କରିଛି । ୩ ଟିକିଆ ଟ୍ୱେଣ୍ଟି-୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି । ୧୮୧ ରନର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ ହରାଇ ୧୬ ଓଭରରେ ୮୭ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଉପୁଲ ତରଙ୍ଗା ସର୍ବାଧିକ ୨୩ ରନ କରିଥିଲେ । ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି, ପାଣ୍ଡ୍ୟା ୩ଟି, କୁଲଦୀପ ଯାଦବ ୨ଟି ୱିକେଟ ହାସଲ କରିଥିଲେ । ୪ ଓଭରରେ ୨୩ ରନ ଦେଇ ୪ ୱିକେଟ ନେଇଥଆବା ୟୁଜୁବେନ୍ଦ୍ର ଚହଲ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଇଁ ୧୮୧ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରଥିଲା । ଭରପୁର ଦର୍ଶକଙ୍କ ମେଳରେ କଟକରେ ଦୀର୍ଘଦିନ ପରେ ଏହି ଫଟାଫଟ୍‌ କ୍ରିକେଟର ମଜା ନେଇଥିଲେ । କେ.ଏଲ ରାହୁଲଙ୍କ ୬୧ ରନ ବଳରେ ଭାରତ ଏହି ସ୍କୋର କରିବାକୁ ସକ୍ଷମ ହୋଇଛି । ତେବେ ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ଭଲ ସ୍କୋର ଆଶା କରାଯାଉଥିବା ବେଳେ ସେ ୧୭ ରନ କରି ଆଉଟ ହୋଇଥିଲେ । ଭାରତର ସ୍କୋର ୩୮ ରନ ଥିବା ବେଳେ ସେ ଆଉଟ ହୋଇଥିଲେ । ପରେ କେ.ଏଲ ରାହୁଲ ୬୧ ଏବଂ ଆୟାର ୨୪ ରନ କରି ଆଉଟ ହୋଇଥିଲେ । ତେବେ ଧୋନୀ ଏବଂ ମନିଷ ପାଣ୍ଡେ ଆକ୍ରମକ ବ୍ୟାଟିଂ କରି ଦଳର ସ୍ଥିତି ସୁଦୃଢ କରିଥିଲେ । ଧୋନୀ ୩୯ ରନ କରି ଅପରାଜିତ ଥିବା ବେଳେ ମନିଷ ପାଣ୍ଡେ ୩୨ ରନ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ମ୍ୟାଥ୍ୟୁସ, ପରେରା ଓ ଫର୍ଣ୍ଣାଡୋ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।