ଓଡିଆନ୍ ନ୍ୟୁଜ

130

ଯୋଡା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ମୃତ୍ୟୁ

Team Odian News |

ଯୋଡା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ମୃତ୍ୟୁ
କଟକ,୨୧/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):ଶିଶୁ ଭବନରେ ଚିକିତ୍ସାଧୀନ ଥିବା ନୟାଗଡର ଯୋଡା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଛି । ଗଙ୍ଗା-ଯମୁନାଙ୍କୁ ବଞ୍ଚାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ଶିଶୁଦ୍ୱୟଙ୍କୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ମୃତ୍ୟୁ ପରେ ସେମନଙ୍କୁ ଗାଁକୁ ନିଆଯାଇ ପୋତି ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ନୟାଗଡ଼ ଜିଲ୍ଲା ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଯୋଡ଼ାପେଟ ଶିଶୁକନ୍ୟା ଜନ୍ମ ଦେଇଥିଲେ । ପରେ ସେମାନଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶିଶୁ ଭବନରେ ଗଙ୍ଗା-ଯମୁନାଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ ବୋଲି ପ୍ରତିଶୃତି ଦେଇଥିଲେ ।  ଯେପରି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ ୧ କୋଟି ଟଙ୍କା ଅନୁଦାନ ଦିଆ ଯାଇଥିଲା, ସେହିପରି ଗଙ୍ଗା-ଯମୁନା ସମସ୍ତ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ ବୋଳଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ ।