ଓଡିଆନ୍ ନ୍ୟୁଜ

209

ଜେଲ ଗଲେ ଡାକ୍ତର ରବୀନ୍ଦ୍ର ଜେନା

Team Odian News |

ଜେଲ ଗଲେ ଡାକ୍ତର ରବୀନ୍ଦ୍ର ଜେନା
କଟକ,୨୧/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ଜାମିନ ଆଦେନକୁ ଭିଜିଲାନ୍ସ କୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ଜାମିନ ଖାରଜ ହେବା ପରେ ସେ ୨୦୧୮ ଜାନୁଆରି ୩ ପର୍ୟ୍ୟନ୍ତ ବିଚାର ବିଭାଗର ହାଜତରେ ରହିବେ। ବାଲେଶ୍ବର ଜିଲା ଲକ୍ଷ୍ମଣନାଥ ନିକଟରୁ ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ପଶ୍ଚିମବଙ୍ଗରୁ ଓଡିଶା ଫେରିବା ବେଳେ ବୁଧବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି । ଓଏସଟିଏଫ ଅନିୟମିତତା ମାମଲାରେ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା। ଏକ ନିଦ୍ଧିଷ୍ଟ ଔଷଧ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇବା ନେଇ ଅଭିଯୋଗ ହୋଇଥିଲା । ଏଡି ଘଟଣାରେ ପୂର୍ବରୁ ତାଙ୍କ ସହଯୋଗୀ ସୁଧା ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବାଲେଶ୍ୱରରୁ ଗିରଫ କରାଯିବା ପରେ କଟକର ଭିଜିଲାନ୍ସ କୋର୍ଟକୁ ଅଣାଯାଇଥିଲା।