ଓଡିଆନ୍ ନ୍ୟୁଜ

166

ଶୂନ୍ୟକାଳରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗଶୂନ୍ୟକାଳରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ

Team Odian News |

ଶୂନ୍ୟକାଳରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗଶୂନ୍ୟକାଳରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ
ନୂଆଦିଲ୍ଲୀ,୨୧/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଲୋକସଭାରେ ଆଜି ଶୂନ୍ୟକାଳରେ ପୁଣି ଥରେ ମହାନଦୀ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିଜେଡି ସଂସଦୀୟ ଦଳ ନେତା ଭତ୍ରୁହରୀ ମହତାବ ଓ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଗୁରୁବାର ଲୋକସଭାରେ ମହାନଦୀ ପ୍ରସଙ୍ଗକୁ ଉତ୍ଥାପନ କରିଛନ୍ତି । ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉ ଥିବା ବ୍ୟାରେଜକୁ ତୁରନ୍ତ ବନ୍ଦ କରିବାକୁ ସାଂସଦ ଶ୍ରୀ ପ୍ରଧାନ ଦାବି କରିଥିଲେ । ଏହା ବ୍ୟତୀତ ସହମତି ପ୍ରକାଶ କରିଥିବା କେନ୍ଦ୍ର ସରକାର ମହାନଦୀ ଟ୍ରୁବ୍ୟୁନାଲ ଗଠନ ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ସାଂସଦ ଶ୍ରୀ ନାୟକ ଦାବି କରିଥିଲେ । ସେହିପରି ଶୂନ୍ୟକାଳ ପ୍ରାରମ୍ଭରେ ସାଂସଦ ଭତ୍ରୁହରୀ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଧ୍ୟାନ ଆକର୍ଷଣ ପାଇଁ ସ୍ୱଳ୍ପକାଳୀନ ଆଲୋଚନା କିମ୍ବା ମୁଲତବୀ ପ୍ରସ୍ତାବ ଗ୍ରହଣ କରିବାକୁ ଗତ କାଲି ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯାଇ ଥିଲା ।