ଓଡିଆନ୍ ନ୍ୟୁଜ

148

ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର

Team Odian News |

ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର 
ଭୁବନେଶ୍ୱର,୨୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି । ଆସନ୍ତା କାଲି ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ। ବିବାଦୀୟ ଜାତିଆଣ ମନ୍ତବ୍ୟ ନେଇ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି । ଗତ ୧୮ ତାରିଖରେ ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବରେ ଯୋଗଦେଇ ସେ କହିଥିଲେ ଯେ ଆଦିବାସୀମାନେ କେବେ ଭିକ ମାଗନ୍ତି ନାହିଁ, କିନ୍ତୁ ବ୍ରାହ୍ମଣମାନେ ଭିକ ମାଗନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଡାକ୍ତର ରାଉତ ଏ ନେଇ ଦୁଃଖ ପ୍ରକାଶ କରି କ୍ରୋଧ ସମ୍ବରଣ କରିବାକୁ ବ୍ରାହ୍ମଣ ସମାଜକୁ ଅନୁରୋଧ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କଠୋର ଆଭିମୁଖ୍ୟ ପୋଷଣ କରି ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ କୌଣସି ମନ୍ତବ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମତ ଦେବା ସିହତ ଡାକ୍ତର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ପ୍ରଦୀପ ମହାଥୀଙ୍କୁ ପଞ୍ଚାୟତିରାଜ ବିଭାଗ ସହିତ କୃଷି ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।