ଓଡିଆନ୍ ନ୍ୟୁଜ

151

ମୁକ୍ତିଲାଭ କଲା ‘ ଟାଇଗର ଜିନ୍ଦା ହୈ ’

Team Odian News |

ମୁକ୍ତିଲାଭ କଲା ‘ ଟାଇଗର ଜିନ୍ଦା ହୈ ’
ମୁମ୍ବଇ,୨୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ) : ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଶୁକ୍ରବାର ମୁକ୍ତିଲାଭ କରିଛି । ପ୍ରଥମ ଶୋ’ରୁ ଏହା ଦର୍ଶକଙ୍କ ସମର୍ଥନ ଲାଭ କରିଛି । ଏଥିରେ ଭରପୁର ଆକ୍ସନ ଦୃଶ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି । ଏହା ସଲମାନଙ୍କ ପୂର୍ବ ପିଲ୍ମ ‘ଏକ ଥା ଟାଇଗର’ର ସିକ୍ୱେଲ । ଫିଲ୍ମରେ ସଲମାନଙ୍କ ଡାଏଲଗ ‘ଶିକାର ତୋ ସବ୍‌ କରତେ ହୈ, ଲେକିନ୍‌ ଟାଇଗର ସେ ବେହେତର ଶିକାର କୋଇ ନେହିଁ କରତା...’ ଯୁବ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ବିଶେଷ କରି ପ୍ରଥମ ଶୋ’ରେ ଅଧିକ ଯୁବ ଦର୍ଶକଙ୍କୁ ଦେଖିବାକୁ ମିଳିଛି । ସଲମାନ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରିକୁ ମଧ୍ୟ ଯୁବ ଦର୍ଶକଙ୍କୁ ଆକୃଷ୍ଟ କରିଛି । ସଲମାନ ଓ କ୍ୟାଟ୍ରିନାଙ୍କ ସହିତ ଫିଲ୍ମରେ ସାଜାଦ ଡେଲାଫୋର୍ଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅଲ୍ଲି ଆବାସ ଜଦ୍ଦାର ଫିଲ୍ମର ନିର୍ଦେଶନା ଦେଇଛନ୍ତି । ଉତ୍ତର ସିରିଆରେ ଆଇଏସଆଇଏସ କବଳରେ ଥିବା ୪୦ ଜଣ ଭାରତ ଓ ପାକିସ୍ତାନୀ ନର୍ସଙ୍କ ମୁକ୍ତି ପୃଷ୍ଟଭୂମୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଟାଇଗର(ସଲମାନ) ଏଥିରେ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ଭାବେ ସେମାନଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ଘଟଣାକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି । କ୍ୟାଟ୍ରିନା ଏଥିରେ ସଲମାନଙ୍କ ପତ୍ନୀ ତଥା ପାକିସ୍ତାନୀ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି ।