ଓଡିଆନ୍ ନ୍ୟୁଜ

147

ପ୍ରଥମଥର ପାଇଁ ବିଶ୍ବ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି

Team Odian News |

ପ୍ରଥମଥର ପାଇଁ ବିଶ୍ବ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି 
ନୂଆଦିଲ୍ଲୀ,୨୫/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):: ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀରେ ଡାଭୋସ​‌ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗଦେବେ। ଆଲପାଇନ ସ୍କି ରିସର୍ଟରେ ବିଶ୍ୱର ଶୀର୍ଷସ୍ତରର ସିଇଓ ଏବଂ ସରକାରୀ କାର୍ୟ୍ୟାଳୟ ତରଫରୁ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ବିଗତ ୨୦ ବର୍ଷ ମଧ୍ୟରେ ଏହି ସମ୍ମିଳନୀରେ ଭାରତରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦି ଯୋଗ ଦେବେ। ତେବେ ରିପୋର୍ଟ ଅନୁସାରେ ଭାରତରୁ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମିଳନୀର ମୁଖ୍ୟଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ମୋଦିଙ୍କ ବ୍ୟତୀତ ଭାରତରୁ ୧୦୦ ଜଣ କର୍ପୋରେଟ ମୁଖ୍ୟ ଯୋଗଦେବେ । ଭାରତରେ ବିଦେଶୀ ପାଣ୍ଠି ବିନିଯୋଗ ପାଇଁ କମ୍ପାନୀଗୁଡ଼ିକୁ ଏମାନେ ଆକୃଷ୍ଠ କରିବେ। ପ୍ରକାଶଥାଉକି ୧୯୯୭ ପୂର୍ବରୁ ଭାରତରୁ ପ୍ରଧାନମନ୍ତ୍ରୀ ଭାବରେ ପିଭି ନରସିଂହ ରାଓ ଓ ଏଚଡି ଦେବଗୌଡ଼ା ଡାଭୋସ ଗସ୍ତ କରିଛନ୍ତି ।