ଓଡିଆନ୍ ନ୍ୟୁଜ

141

ପଢାର ନିଶା; ୯୮ ବର୍ଷରେ ପିଜି ଡିଗ୍ରୀ ହାସଲ କଲେ ରାଜ କୁମାର

Team Odian News |

ପଢାର ନିଶା; ୯୮ ବର୍ଷରେ ପିଜି ଡିଗ୍ରୀ ହାସଲ କଲେ  ରାଜ କୁମାର
ପାଟନା,୨୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ) : କୁହାଯାଏ ମନୁଷ୍ୟ ଥରେ ମନସ୍ଥ କରିନେଲେ ଜୀବନରେ କୌଣସି ସଫଳତା ଅପହଞ୍ଚ ରହେ ନାହିଁ, କୌଣସି ବି କଷ୍ଟ ବାଟ ଅଟକାଇ ପାରେ ନାହିଁ, ବୟସ ବି ବାଧକ ସାଜେ ନାହିଁ । ପାଟନାର ଜଣେ ୯୮ ବର୍ଷ ବୟସ୍କ ବୃଦ୍ଧ ଜୀବନର ଶେଷ ଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏହି ଉକ୍ତିକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି । ବିହାର ନିବାସୀ ରାଜ କୁମାର ୯୮ ବର୍ଷ ବୟସରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପାଟନାର ନାଳନ୍ଦା ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ କରିଥିଲେ । ଯେତେବେଳେ ସେ ଡିଗ୍ରୀ ପ୍ରମାଣପତ୍ର ପାଇଁ ସମାବର୍ତ୍ତନ ଉତ୍ସବରେ ପହଞ୍ଚିଥିଲେ ଆଶ୍ଚର୍ୟ୍ୟ ଓ ପ୍ରଶଂସାର ସହ ସମସ୍ତେ ତାଙ୍କୁ ସ୍ୱାଗତ କରିଥିଲେ । ସେ ଦ୍ୱିତୀୟ ଶ୍ରେଣୀରେ ସ୍ନାତୋକତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜକୁମାର ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କରିବା ସମୟରେ କହିଥିଲେ ଯେ ମୁଁ ମୋ ନିଜ ସ୍ୱପ୍ନ ସାକାର ହେଲା । ପ୍ରକାଶ ଯେ ୯୮ ବର୍ଷ ବସୟରେ ପିଜି ପରୀକ୍ଷା ପାଇଁ ଆବେଦନ କରିବା ପରେ ତାଙ୍କ ନାମ ଲିମକା ବୁକ ଅଫ ରେକର୍ଡ୍‌ସରେ ସ୍ଥାନ ପାଇଥିଲା । ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ସେ ପିଜି ପରୀକ୍ଷା ପାଇଁ ଆବେଦନ କରିଥିଲେ । ରାଜକୁମାର ୧୯୩୮ରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ଆଇନରେ ସ୍ନାତକ ଡିଗ୍ରୀ (ଏଲଏଲବି)ରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ଅର୍ଥନୀତିରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିବା ତାଙ୍କର ଏକ ସ୍ୱପ୍ନ ରହିଥିଲା । ଯାହା ସେ ଏବେ ପୂରଣ କରିଛନ୍ତି ।