ଓଡିଆନ୍ ନ୍ୟୁଜ

155

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ଗ୍ରହଣ କଲେ ବିଜୟ ରୁପାଣୀ

Team Odian News |

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ଗ୍ରହଣ କଲେ ବିଜୟ ରୁପାଣୀ
ଗାନ୍ଧିନଗର,୨୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):  ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାଣୀ ପୁଣି ଥିରେ ଶପଥ ଗ୍ରହଣ କରିଛନ୍ତି ।  ଗୁଜୁରାଟର ରାଜ୍ୟରାଶ ଓପି କୋହଲି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ନିତୀନ ପଟେଲ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟ ୧୮ ଜଣ ମନ୍ତ୍ରୀ ଏହି ଅବସରରେ ଶପଥ ଗ୍ରହଣ କରିଛନ୍ତି ।
ରୁପାଣୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଲାଲ କୃଷ୍ଣ ଆଡଭାନୀ, କେନ୍ଦ୍ରେ ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ, ନୀତନ ଗଡକରି, ରାଜନାଥ ସିଂ,  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟ ନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିଜୟରାଜ ସିନ୍ଧିଆ, ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରମୁଖ ସାମିଲ୍‌ ହୋଇଥିଲେ।