ଓଡିଆନ୍ ନ୍ୟୁଜ

178

ରାହୁଲଙ୍କ ୧୦୭ ବର୍ଷୀୟା ପ୍ରଶଂସିକା

Team Odian News |

ରାହୁଲଙ୍କ ୧୦୭ ବର୍ଷୀୟା ପ୍ରଶଂସିକା
ନୂଆଦିଲ୍ଲୀ ,୨୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପ୍ରଶଂସକ ତାଲିକାରେ ସଦ୍ୟ ସାମିଲ ହୋଇଛନ୍ତି ଜଣେ ୧୦୭ ବର୍ଷୀୟା ମହିଳା । ଡିସେମ୍ବର ୨୫ରେ ଏହି ଶତାୟୁ ମହିଳାଙ୍କର ଜନ୍ମଦିନ ଥିଲା । ପରିବାର ଲୋକେ ଧୁମଧାମରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ ନାତୁଣୀ ଦୀପାଲି ଜେଜେମାଙ୍କୁ ଜୀବନର ଆଶା ସମ୍ପର୍କରେ ପଚାରିଥିଲେ । ଜେଜେମା ତୁରନ୍ତ ଉତ୍ତର ଦେଇଥିଲେ ଯଦି ସୁଯୋଗ ମିଳନ୍ତା ତେବେ ରାହୁଲ ଗାନ୍ଧିଙ୍କୁ ସେ ଭେଟିଥାନ୍ତେ । ଏହାର କାରଣ ପଚରାଯିବାରୁ ବୃଦ୍ଧା ଜଣକ ଚାପା ସ୍ୱରରେ କହିଥିଲେ ଯେ ରାହୁଲ ଦେଖିବାକୁ ଅତ୍ୟନ୍ତ ସୁନ୍ଦର (ହ୍ୟାଣ୍ଡସମ) । ଦୀପାଲି ଜେଜେମାଙ୍କ ଜନ୍ମଦିନ ପାଳନର ଏକ ଫଟୋକୁ ଅପରାହ୍ନ ୧.୫୩ ମିନିଟରେ ଟ୍ୱିଟରରେ ଅପ୍‌ଲୋଡ କରିବା ସହ ଜେଜେମାଙ୍କ ଆଶା ସମ୍ପର୍କରେ ମଧ୍ୟ ଧାଡିଏ ଉଲ୍ଲେଖ କରିଥିଲେ । ଦୀପାଲି କେବେ ଭାବିନଥିଲେ ଯେ କିଛି ଘଣ୍ଟା ମଧ୍ୟରେ ଏହାର ଉତ୍ତର ତାଙ୍କୁ ମିଳିଯିବ । ରାତି ୮.୩୧ ମିନିଟରେ ରାହୁଲଙ୍କ ଟ୍ୱିଟର ଉତ୍ତର ଥିଲା ‘ଦୀପାଲି ତୁମ ସୁନ୍ଦରୀ ଜେଜେମାଙ୍କୁ ଜନ୍ମଦିନ ଓ ବଡଦିନର ଅନେକ ଅନେକ ଶୁଭେଚ୍ଛା । ମୋ ତରଫରୁ ଜେଜେମାଙ୍କୁ ଦୟାକରି ଆଲିଙ୍ଗନ କର’ । ଏତିକିରେ ରାହୁଲଙ୍କ ମନ ବୁଝିନଥିଲା । କିଛି ସମୟପରେ ସେ ଟେଲିଫୋନ ଯୋଗେ ଦୀପାଲିଙ୍କ ସହ କଥାବାର୍ତ୍ତା ହେବା ସହ ଜେଜେମାଙ୍କୁ ପୁଣି ଥରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଟ୍ୱିଟରରେ ରାହୁଲଙ୍କ ୫.୨୨ ନିୟୁତ ଅନୁଗାମୀ ରହିଛନ୍ତି ।ଅନ୍ୟପକ୍ଷରେ କୁଳଭୂଷଣଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ପାକିସ୍ତାନ ଯୁକ୍ତି କରୁଛି ।