ଓଡିଆନ୍ ନ୍ୟୁଜ

202

ଏଣିକି ଫେସ୍‌ବୁକ୍‌ ପାଇଁ ଆଧାର!

Team Odian News |

ଏଣିକି ଫେସ୍‌ବୁକ୍‌ ପାଇଁ ଆଧାର!
ନୂଆଦିଲ୍ଲୀ,୨୭/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବ୍ୟାଙ୍କ ଆକାଉଣ୍ଟ, ପ୍ୟାନ, ମୋବାଇଲ ନମ୍ବର ଓ ଏଲଆଇସି ପଲିସିରେ ଆଧାର ନମ୍ବର ସଂଯୋଗ କରୁରୀ । ଏଣିକି ଲୋକପ୍ରିୟ ସୋସିଆଲ ନେଟୱକିଙ୍ଗ ସାଇଟ୍‌ ‘ଫେସ୍‌ବୁକ୍‌’ରେ ଆଧାର ସଂଯୋଗ କରିବା ନେଇ ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ନୂଆ ଫେସବୁକ୍‌ ଆକାଉଣ୍ଟରେ ଆଧାର ସଂଯୋଗ ବ୍ୟବହାର ହେବ । ତେବେ ଆଗକୁ ଏହା ସମସ୍ତ ଉପଭୋକ୍ତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଉଛି । ତେବେ ନକଲି ଆକାଉଣ୍ଟ ଉପରେ ରୋକ ଲଗାଇବା ଲାଗି ଏପରି ନିୟମ କାର୍ୟ୍ୟକାରୀ ହୋଇପାରେ । ନକଲି ଆକାଉଣ୍ଟ ଜରିଆରେ ବିଭିନ୍ନ ଅପରାଧ ଘଟୁଥିବାରୁ ଏଥିରେ ନିୟନ୍ତ୍ରଣ ପାଇଁ ଫେସବୁକ୍‌ ଏପରି ଯୋଜନା ଆଣୁଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଭାରତରେ ଫେସ୍‌ବୁକ୍‌ ଉପଭୋକ୍ତାଙ୍କ ସଂଖ୍ୟା ୨୪ କୋଟି । ଆମେରିକା ପ୍ରଥମ ସ୍ଥାନରେ ରହିଛି ।