ଓଡିଆନ୍ ନ୍ୟୁଜ

111

୨୫୧ ଝିଅଙ୍କ ବାହାଘର କଲେ ହୀରା ବ୍ୟବସାୟୀ

Team Odian News |

୨୫୧ ଝିଅଙ୍କ ବାହାଘର କଲେ ହୀରା ବ୍ୟବସାୟୀ
ନୂଆଦିଲ୍ଲୀ,୨୭/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜରାଟ ସୁରତ ସହରର ହୀରା ବ୍ୟବସାୟୀ ମହେଶ ସବାନୀ । ପ୍ରତିବର୍ଷ ନିଜ କର୍ମଚାରୀଙ୍କୁ ଦୀପାବଳିରେ ବୋନସ୍‌ ଓ କାର ପ୍ରଦାନ କରିବାରେ ସେ ବେଶ୍‌ ପ୍ରସିଦ୍ଧ । କିନ୍ତୁ ଏବେ ସେ ଏଭଳି କିଛି କାମ କରିଛନ୍ତି, ଯାହା ଶୁଣି ଆପଣ ଆଶ୍ଚର୍ୟ୍ୟ ହେବେ । ମହେଶ ନିକଟରେ ୨୫୧ ଯୁବତୀଙ୍କ ବାହାଘର କରିଛନ୍ତି । ସେମାନଙ୍କ ମଧ୍ୟରେ ୫ ମୁସଲିମ୍‌ ଓ ଜଣେ ଖ୍ରୀଷ୍ଟିଆନ ଯୁବତୀ ମଧ୍ୟ ରହିଛନ୍ତି । ସମସ୍ତ ରୀତିନୀତି ଅନୁସାରେ ସେମାନଙ୍କ ବିବାହ ହୋଇଥିଲା । ରିପୋର୍ଟ ମୁତାବକ, ମହେଶ ଏପରି ଯୁବତୀଙ୍କ ବାହାଘର କରାଇଥାନ୍ତି, ଯେଉଁମାନଙ୍କ ବାପା ନାହାନ୍ତି କିମ୍ବା ସେମାନେ ବିବାହ ଖର୍ଚ୍ଚ ଉଠାଇବାରେ ଅସମର୍ଥ । ତେଣୁ ମହେଶ ବାପା ରୂପେ ସମସ୍ତ ଝିଅଙ୍କ ବିବାହ ଖର୍ଚ୍ଚ କରିଥାନ୍ତି । ୨୦୧୨ରୁ ସେ ପ୍ରତିବର୍ଷ ଏଭଳି ମହତ୍‌ କାର୍ୟ୍ୟ କରି ଆସୁଛନ୍ତି ।