ଓଡିଆନ୍ ନ୍ୟୁଜ

157

ରାହୁଲଙ୍କୁ ଦାୟିତ୍ୱ ଦେଇ ଗୋଆରେ ଛୁଟି କାଟୁଛନ୍ତି ସୋନିଆ ଗାନ୍ଧୀ!

Team Odian News |

ରାହୁଲଙ୍କୁ ଦାୟିତ୍ୱ ଦେଇ ଗୋଆରେ ଛୁଟି କାଟୁଛନ୍ତି ସୋନିଆ ଗାନ୍ଧୀ!
ନୂଆଦିଲ୍ଲୀ,୨୮/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ପୁଅ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଦେଇ ସୋନିଆ ଗାନ୍ଧୀ ଏବେ ଗୋଆରେ ଛୁଟି କାଟୁଛନ୍ତି । ସେ ଗୋଆରେ ସାଇକଲ ଧରି ସୋନିଆ ବୁଲୁଥିବା ନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି । ୧୯ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏଇ ନିକଟରେ ସେ ରାହୁଲଙ୍କୁ ଦାୟିତ୍ୱ ଦେଇଛନ୍ତି । ଖ୍ରୀଷ୍ଟମାସ ପର ଦିନ ସୋନିଆ ଗୋଆରେ ପହଞ୍ଚିଥିଲେ । ଗୁରୁବାର କଂଗ୍ରେସ ୧୩୩ତମ ପ୍ରତିଷ୍ଠା ଦିବସ ସମାରୋହରେ ସୋନିଆ ଅନୁପସ୍ଥିତ ରହିଥିବାବେଳେ ରାହୁଲ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ସୂଚନାଯୋଗ୍ୟ, ୪୭ ବର୍ଷୀୟ ରାହୁଲ ଗତ ୧୬ ଡିସେମ୍ବରରେ ଦଳର ଅଧ୍ୟକ୍ଷ ରୂପେ ମା’ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲେ । ଦୁଇଟି ଯାକ ରାଜ୍ୟରେ କଂଗ୍ରେସ ହାରିଥିଲେ ମଧ୍ୟ ରାହୁଲ ଦଳର ପ୍ରଦର୍ଶନ ନେଇ ବାରମ୍ବାର ସମୀକ୍ଷା କରି ଆସୁଛନ୍ତି ।