ଓଡିଆନ୍ ନ୍ୟୁଜ

127

ଅବଦୁଲ କଲାମ ଦ୍ୱୀପରୁ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ସଫଳ ଉତକ୍ଷେପଣ

Team Odian News |

ଅବଦୁଲ କଲାମ ଦ୍ୱୀପରୁ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ସଫଳ ଉତକ୍ଷେପଣ
ଧାମରା,୨୮/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଭାରତୀୟ ପ୍ରତିରକ୍ଷା ବିଭାଗ ଆଜି ବଙ୍ଗୋପସାଗର ଉପକୂଳବର୍ତ୍ତୀ ସମୁଦ୍ରରୁ ଏକ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲ ପରୀକ୍ଷା କରିଛି। ଭଦ୍ରକ ଜିଲା ଧାମରାସ୍ଥିତ ଅବ୍‌ଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷା କରାଯାଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍‌ ଟେଷ୍ଟ ରେଞ୍ଜ୍‌ର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ ୯ଟା ୪୪ ମିନିଟ୍‌ ସମୟରେ ଟାର୍ଗେଟକୁ ଉତ୍‌କ୍ଷେପଣ କରାଯାଇଥିଲା। ପରେ ଧାମରା ନିକଟସ୍ଥ ବଙ୍ଗୋପସାଗରର ଅବ୍‌ଦୁଲ କଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରକୁ ପୂର୍ବାହ୍ଣ ୯ଟା ୪୭ ମିନିଟରେ ଛଡ଼ାଯାଇଥିଲା। ଆକାଶମାର୍ଗରେ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହାର ୧.୨ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ସକାଳ ୧୦ଟା୧୫ରେ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା।