ଓଡିଆନ୍ ନ୍ୟୁଜ

142

ପଦ୍ମାବତୀ ନାମ ପରିବର୍ତ୍ତନ କରାଯାଇ ‘ପଦ୍ମାବତ୍‌’ ହେବ

Team Odian News |

ପଦ୍ମାବତୀ ନାମ ପରିବର୍ତ୍ତନ କରାଯାଇ ‘ପଦ୍ମାବତ୍‌’ ହେବ 
ନୂଆଦିଲ୍ଲୀ,୩୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିବାଦୀୟ ଫିଲ୍ମ ପଦ୍ମାବତୀ ମୁକ୍ତିଲାଭ ପାଇଁ ସବୁଜ ସଙ୍କେତ ମିଳିପାରେ । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି)ର ୬ ଜଣିଆ ସଦସ୍ୟ ଗତ ୨୮ ତାରିଖରେ ପଦ୍ମାବତୀ ଫିଲ୍ମ ଦେଖିବା ସହ ସମୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ବସିଥିବା ବୈଠକରେ ସିନେମା ମୁକ୍ତିଲାଭ ହେବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଫିଲ୍ମକୁ ୟୁଏ ପ୍ରମାଣପତ୍ର ପ୍ରଦାନ ପାଇଁ ସେଥିରେ କିଛିଟା ପରବର୍ତ୍ତନ କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫିଲ୍ମ ପଦ୍ମାବତୀର ନାମ ପରିବର୍ତ୍ତନ ହେବ । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଅନୁସାରେ, ପଦ୍ମାବତୀ ନାମ ପରିବର୍ତ୍ତନ କରାଯାଇ ‘ପଦ୍ମାବତ୍‌’ ହେବ ବୋଲି ଜଣାପଡ଼ିଛି । ତେଣୁ ଏହି ସମସ୍ତ ପ୍ରକ୍ରିୟା ସରିବା ପରେ ଫିଲ୍ମକୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ସିବିଏଫ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ଫିଲ୍ମକୁ ନେଇ ଲାଗିଥିବା ବିବାଦକୁ ନେଇ ୬ ଜଣିଆ କମିଟି ଗଠିତ ହୋଇଥିଲା । ଫିଲ୍ମରେ ଏବେ ୨୬ଟି ଅଂଶ କଟାଯିବା ପରେ ପୁଣି ସମୀକ୍ଷା କରାଯିବ । ପରେ କମିଟି ପକ୍ଷରୁ ୟୁଏ ସାର୍ଟିଫିକେଟ ସହ ଫିଲ୍ମ ମୁକ୍ତିଲାଭ ହେବାକୁ ଅନୁମତି ମିଳିବ ।