ଓଡିଆନ୍ ନ୍ୟୁଜ

169

ମୁମ୍ବଇ ଅଗ୍ନିକାଣ୍ଡ: ରେଷ୍ଟୁରାଣ୍ଟ ମାଲିକଙ୍କୁ ଲୁକ୍‌ ଆଉଟ ନୋଟିସ ଜାରି

Team Odian News |

ମୁମ୍ବଇ ଅଗ୍ନିକାଣ୍ଡ: ରେଷ୍ଟୁରାଣ୍ଟ ମାଲିକଙ୍କୁ ଲୁକ୍‌ ଆଉଟ ନୋଟିସ ଜାରି
ମୁମ୍ବଇ,୩୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ମୁମ୍ବଇ ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡରେ ୧୪ଟି ଜୀବନ ଅକାଳରେ ଝଡି ଯାଇଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ମୁମ୍ବଇ ପୁଲିସ ରେଷ୍ଟୁରାଣ୍ଟର ଦୁଇ ସହ ମାଲିକଙ୍କୁ ଲୁକ୍‌ ଆଉଟ ନୋଟିସ ଜାରି କରିଛି । ଅନ୍ୟପକ୍ଷରେ ବିଏମ୍‌ସି ଉକ୍ତ ରେଷ୍ଟୁରାଣ୍ଟର ବେଆଇନ ନିର୍ମାଣ ଅଂଶକୁ ଭାଙ୍ଗିଛି । ପୁଲିସ କହିବାନୁସାରେ, ରେଷ୍ଟୁରାଣ୍ଟର ଦୁଇ ସହ ମାଲିକ ହିତେଶ ସିଂଘଭୀ ଓ ଜିଗର ସିଂଘଭୀଙ୍କୁ ଏହି ନୋଟିସ ଜାରି କରାଯାଇଛି । ରେଷ୍ଟୁରାଣ୍ଟର ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ପୁଲିସ କହିଛି । ଏଥିସହ ଘଟଣାରେ ଅନ୍ୟ କେତେଜଣ ଅଭିଯୁକ୍ତଙ୍କୁ ନୋଟିସ ଜାରି ହୋଇଛି । ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡ ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୧ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି ।