ଓଡିଆନ୍ ନ୍ୟୁଜ

140

ଆରପାରିରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦେଶକ ଅନନ୍ତ ଓଝା

Team Odian News |

ଆରପାରିରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦେଶକ ଅନନ୍ତ ଓଝା
କେନ୍ଦ୍ରାପଡ଼ା,୧/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଆରପାରିରେ ଓଡ଼ିଆ ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝା। ବେଙ୍ଗାଲୁରୁସ୍ଥିତ ଏଚସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ଏ ନେଇ ନାଟ୍ୟ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ଦାର୍ଘଦିନରୁ ସେ ମୁଖ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ସୂଚନାଯୋଗ୍ୟ, ନାଟ୍ୟକାର ଅନନ୍ତ ଓଝା ପ୍ରାୟ ୩ ଦଶନ୍ଧି ଧରି ନାଟ୍ୟ ଜଗତରେ ସକ୍ରିୟ ଥିଲେ। ‘ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହଚ ପାହଚ’, ‘ମୋ ସ୍ତ୍ରୀର ବାହାଘର’, ‘ମୋ ଶବ ମୋ କାନ୍ଧରେ’, ‘ଭଲ ମଣିଷ ଖୋଜା ଚାଲିଛି’, ‘ମାଂସ କଣ୍ଢେଇ’, ‘ଜୀଅନ୍ତା ଶବ’, ‘କଂସେଇ ଖାନା’, ‘ବିଦେଶିନୀ’ ଓ ‘ମାଇଚିଆ ଗୋଖେଇ ସାହୁ’ ଭଳି ବହୁ ହିଟ୍ ନାଟକର ରଚନା ଓ ନିର୍ଦେଶନା ଦେଇଛନ୍ତି। ସ୍ୱର୍ଗତ ଓଝା କେନ୍ଦ୍ରାପଡ଼ା ଜିଲା ବୀରନୀଳକଣ୍ଠପୁର ଠାରେ ଜନ୍ମ ଗ୍ରହଣ କରିଥିଲେ  ।