ଓଡିଆନ୍ ନ୍ୟୁଜ

128

ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍: ଯୁବକଙ୍କ ଭୋଟ ନୂଆ ଭାରତର ଆଧାର

Team Odian News |

ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍: ଯୁବକଙ୍କ ଭୋଟ ନୂଆ ଭାରତର ଆଧାର
ନୂଆଦିଲ୍ଲୀ,୧/୧ (ଓଡ଼ିଆନ୍‍ ନ୍ୟୁଜ୍‍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ବର୍ଷର ଶେଷ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମନ୍ କି ବାତ୍ ର ଏହି ୩୯ ତମ ସଂସ୍କରଣରେ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୋଦି। ନୂଆ ଭାରତ ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ମୋଦି ମନର କଥା ବଖାଣିଥିଲେ। ଯୁବଶକ୍ତି ହିଁ ଭବିଷ୍ୟତ । ନୂଆ ଭାରତ ଗଠନରେ ଯୁବକମାନଙ୍କ ଅବଦାନ ଅପରିହାର୍ୟ୍ୟ। ଆସନ୍ତା ଅଗଷ୍ଟ ମାସରେ ଦିଲ୍ଲୀରେ ମକ୍ ପାର୍ଲିାମେଣ୍ଟ ଆୟୋଜିତ ହେଉ ଏବଂ ପ୍ରତ୍ୟେକ ଜିଲ୍ଲାରୁ ଯୁବକମାନେ ଏଥିରେ ଯୋଗ ଦେଇ ନିଜର ବିଚାର ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଯୁବକମାନଙ୍କୁ ଭୋଟର ଭାବେ ପଞ୍ଜିକୃତ କରାଇବାର ଆହ୍ୱାନ ଜଣାଇ ସେ କହିଥିଲେ ଯେ, ଯୁବକଙ୍କ ଭୋଟ ନୂଆ ଭାରତର ଆଧାର ହେବ । ପ୍ରଧାନମନ୍ତ୍ରୀ ୪ ଜାନୁଆରୀରୁ ୧୦ ମାର୍ଚ୍ଚ ଯାଏଁ ହେଉଥିବା ସ୍ୱଚ୍ଛଭାରତ ସର୍ବେକ୍ଷଣର ସୂଚନା ଦେବା ସହ ମୁସଲିମ୍ ମହିଳାଙ୍କ କ୍ଷେତ୍ରରେ ଥିବା ଭେଦଭାବ ଦୂର କରାଯାଇଥିବା କହିଥିଲେ। ପୁରୁଷଙ୍କୁ ସାଥିରେ ନ ନେଲେ ଜଣେ ମୁସଲିମ୍ ମହିଳା ହଜ୍ କୁ ଯିବା ନିଷେଧ ଥିଲା କିନ୍ତୁ ଚଳିତ ବର୍ଷ ପ୍ରଥମ ଥରପାଇଁ ୧୩୦୦ ମହିଳା ପୁରୁଷଙ୍କୁ ସାଙ୍ଗରେ ନ ନେଇ ଏକା ଯିବା ପାଇଁ ଆବେଦନ କରିଥିବା ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ରେ କହିଥିଲେ । ଜାତିବାଦ, ସାମ୍ପ୍ରଦାୟିକତା, ଆତଙ୍କବାଦ ଏବଂ ଦୁର୍ନୀତି ଠାରୁ ଭାରତ ମୁକ୍ତ ହେବାର ସମୟ ଆସିଛି ବୋଲି ମୋଦି ମନ୍ କି ବାତ୍ ରେ କହିଥିଲେ ।