ଓଡିଆନ୍ ନ୍ୟୁଜ

138

ବସ୍ ଭଡା ବଢିଲା କିଲୋମିଟର ପିଛା ୧ ରୁ ୨ ପଇସା ବଢିଲା

Team Odian News |

ବସ୍ ଭଡା ବଢିଲା
କିଲୋମିଟର ପିଛା ୧ ରୁ ୨ ପଇସା  ବଢିଲା

ଭୁବନେଶ୍ୱର,୩/୧ (ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟରେ ବସ୍ ଭଡା ବୃଦ୍ଧି ପାଇଛି । ଏହି ଭଡା  କିଲୋମିଟର ପିଛା ୧ ରୁ ୨ ପଇସା ବୃଦ୍ଧି ପାଇଛି ।  ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୧ ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା  ୨ ପଇସା ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୬୪ ରୁ ୬୫ ପଇସାକୁ ବୃଦ୍ଧି ପାଇଥିବା ବେଳେ, ଏକ୍ସପ୍ରେସ ବସ୍ ଭଡା ୬୭ ରୁ ୬୮ ପଇସା ହୋଇଛି ।  ଡିଲକ୍ସ ବସ୍ ଭଡା ୮୯ ରୁ ୯୧ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା ୧ଟଙ୍କା ୧୧ ପଇସାରୁ ୧ ଟଙ୍କା ୧୩ ପଇସାକୁ ବୃଦ୍ଧି ପାଇଛି । ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।