ଓଡିଆନ୍ ନ୍ୟୁଜ

188

ଆଫଗାନିସ୍ତାନ : ୮୬ ଆଇଏସ ଆତଙ୍କବାଦୀ ନିହତ

Team Odian News |

ଆଫଗାନିସ୍ତାନ : ୮୬ ଆଇଏସ ଆତଙ୍କବାଦୀ ନିହତ
କାବୁଲ,୩/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଆଫଗାନିସ୍ତାନର ସରକାରୀ ସେନା ଓ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ସେନା ଓ ସୁରକ୍ଷା ବାହିନୀର ମିଳିତ ଅଭିଯାନରେ ୮୬ ଆଇଏସଆଇଏସ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏଥିରେ ଆଇଏସଆଇଏସ ସଂଗଠନର କମାଣ୍ଡରଙ୍କ ସମେତ ୮୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ନଙ୍ଗର୍‌ହାର୍‌ ପ୍ରଦେଶରେ ଆଫଗାନିସ୍ତାନର ସରକାରୀ ସେନା ଓ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନକୁ ଜୋରଦାର କରାଯାଇଥିଲା । ଏଥିରେ ୬୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଅନ୍ୟ ପକ୍ଷରେ ଜିୱାନ ପ୍ରଦେଶରେ ସେନା ଅଭିଯାନ ସମୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଉଭୟ ସ୍ଥାନରେ ଆହତ ହୋଇଥିବା ୩୮ ଜଣଙ୍କୁ ସ୍ଥାନୀୟ ଡ଼ରକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେନାବାହିନୀ ପକ୍ଷରୁ କୁହାଯାଇଛି ଯେ, ଅଭିଯାନ ସମୟରେ ଏହି ଆତଙ୍କବାଦୀମାନେ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଜନବସତି ଅଞ୍ଚଳରେ ଲୁଚି ରହି ସେଠାକାର ଲୋକମାନଙ୍କୁ ଢାଲ ଭାବେ ବ୍ୟବହାର କରି ନିଜର କାୟା ବିସ୍ତାର କରୁଥିଲେ ।