ଓଡିଆନ୍ ନ୍ୟୁଜ

106

ଶ୍ରୀଲଙ୍କାରେ ରଣବୀର-ଦୀପିକାଙ୍କ ନିର୍ବନ୍ଧ ହୋଇପାରେ!

Team Odian News |

ଶ୍ରୀଲଙ୍କାରେ ରଣବୀର-ଦୀପିକାଙ୍କ ନିର୍ବନ୍ଧ ହୋଇପାରେ!
ନୂଆଦିଲ୍ଲୀ,୩/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହର ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ବିଲଉଡ କପୁଲ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବଲିଉଡ ଦମ୍ପତ୍ତିଙ୍କ ନାମ ରଣବୀର କପୁର ଓ ଦୀପିକା ପାଦୁକୋନ୍‌ । ଦୁହେଁ ନୂଆବର୍ଷର ଖୁସି ଶ୍ରୀଲଙ୍କାରେ ବନାଇଥିଲେ। ତେବେ ଦୀପିକା ବି ନିଜର ଜନ୍ମଦିନ ଶ୍ରୀଲଙ୍କାରେ ବନାଇବେ ବୋଲି ଯୋଜନା କରିଛନ୍ତି।
ଜାନୁଆରି ୫ ତାରିଖରେ ଦୀପିକା ପାଦୁକୋନ୍‌ଙ୍କ ୩୨ତମ ଜନ୍ମଦିନ। ତେବେ ଦୀପିକାଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି କି, ଦୀପିକାଙ୍କ ନିର୍ବନ୍ଧ ଜାନୁଆରି ୫ ତାରିଖରେ ରଣବୀର ସିଂହଙ୍କ ସହିତ ହୋଇପାରେ ବୋଲି! ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରଣବୀର ଦୀପିକା ଜନ୍ମଦିନ ଶ୍ରୀଲଙ୍କାରେ ପାଳନ କରିବାର ଯୋଜନା ରଖିଛନ୍ତି। ଶ୍ରୀଲଙ୍କାରେ ରଣବୀର ଏକ ବିଜ୍ଞାପନର ସୁଟିଂ କରିବାକୁ ଯାଇଥିଲେ। ନୂଆବର୍ଷକୁ ଏକାଠି ପାଳନ କରିବା ପାଇଁ ଦୀପିକା ରଣବୀରଙ୍କ ପାଖକୁ ଶ୍ରୀଲଙ୍କା ଯାଇଥିଲେ। ତେବେ ଇତିମଧ୍ୟରେ ଦୁହିଁଙ୍କ ନିର୍ବନ୍ଧକୁ ନେଇ ଅଟକଳ କରାଯାଇଛି। ନିଜର ନିର୍ବନ୍ଧ କିମ୍ବା ବିବାହକୁ ନେଇ ରଣବୀର ଓ ଦୀପିକା ଏଯାବତ ମୁହଁ ଖୋଲି ନାହାନ୍ତି। ତେବେ ଦୀପିକାଙ୍କ ଜନ୍ମଦିନରେ ଦୁହିଁଙ୍କର ନିର୍ବନ୍ଧ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ରଣବୀର ଓ ଦୀପିକା ଆଜି ଯାଏଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। ନିକଟରେ କଥା କଥାରେ ରଣବୀର ଦୀପିକାଙ୍କ ବୟଫ୍ରେଣ୍ଡ ବୋଲି ସ୍ୱୀକାର କରିଥିଲେ। ଦୁହିଁଙ୍କ ପରିବାର ବି ଏକାଠି ବସି କିଛି ସମୟ ବିତାଇବାର ଖବର ବି ମିଳିଛି। ଦୀପିକା ଓ ରଣବୀରଙ୍କୁ ଏକାଠି ସିନେମା ‘ରାମଲୀଲା’, ‘ବାମ୍ବ୍ରୋ ଟାକିଜ’ ଓ ‘ବାଜିରାଓ ମସ୍ତାନି’ରେ ଦେଖିବାକୁ ମିଳିଥିଲା। ଦୁହେଁ ଆଗାମୀ ସିନେମା ‘ପଦ୍ମାବତୀ’ରେ ନିଜର ଆସିବେ। ଏହି ସିନେମା ଡିସେମ୍ବରରେ ରିଲିଜ ହେବାର ଥିଲା ବିବାଦ କାରଣୁ ଏହାର ରିଲିଜ ତାରିଖ ଘୁଞ୍ଚି ଯାଇଛି।