ଓଡିଆନ୍ ନ୍ୟୁଜ

190

ମହାତ୍ମାଗାନ୍ଧୀ ହତ୍ୟା ରହସ୍ୟର ହେବ ନାହିଁ ପୁର୍ନଃତଦନ୍ତ ୪ର୍ଥ ଗୁୂଳିର କୌଣସି ପ୍ରମାଣ ନାହିଁ

Team Odian News |

ମହାତ୍ମାଗାନ୍ଧୀ ହତ୍ୟା ରହସ୍ୟର ହେବ ନାହିଁ ପୁର୍ନଃତଦନ୍ତ
୪ର୍ଥ ଗୁୂଳିର କୌଣସି ପ୍ରମାଣ ନାହିଁ 

ନୂଆଦିଲ୍ଲୀ,୮/୧ (ଓଡ଼ିଆନ୍‍ ନ୍ୟୁଜ୍‍): ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ ହତ୍ୟା ମାମଲାର ପୁର୍ନଃବିଚାର ହେବ ନାହିଁ । ସୁପ୍ରିମ କୋର୍ଟର ନିର୍ଦେଶ ପରେ ଏହାର ତଦନ୍ତ କରୁଥିବା ଆଇନଜୀବୀ ଅମରେନ୍ଦ୍ର ସରନ୍‌ କୋର୍ଟରେ ସୂଚନା ଦେଇଛନ୍ତି । ଶ୍ରୀ ସରନ୍‌ ତାଙ୍କ ତଦନ୍ତ ପରେ ବାପୁଜୀଙ୍କ ହତ୍ୟା ନାଥୁରାମ ଗଡ଼ସେ ବ୍ୟତୀତ ଅନ୍ୟ କାହାରି ସମ୍ପୃକ୍ତି ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପ୍ରଚ୍ଛଦରେ ଯେଉଁ ୪ ବୁଲେଟ କାହାଣୀ ରହି ଆସିଛି ଏହାର ତଥ୍ୟାଗତ ପ୍ରମାଣ ନାହିଁ ବୋଲି ଶ୍ରୀ ସରନ୍‌ ଏ ସମ୍ପର୍କରେ କୋର୍ଟରେ ସ୍ପଷ୍ଟ କରିଛନ୍ତି । ସୁପ୍ରିମ କୋର୍ଟରେ ପଙ୍କଜ ଫର୍ଣ୍ଣାଡିସ ନାମକ ବ୍ୟକ୍ତି ମହାତ୍ମାଗାନ୍ଧୀଙ୍କ ହତ୍ୟା ୪ର୍ଥ ଗୁଳିରେ ହୋଇଥିବାର ଯୁକ୍ତି ଉପସ୍ଥାପିତ କରି ଏହାର ପୁନଃ ବିଚାର କରିବାକୁ ଆବେଦନ କରିଥିଲେ । ଏହାକୁ ଗ୍ରହଣ କରି ସୁପ୍ରିମ କୋର୍ଟ ପ୍ରାକ୍ତନ ସୋଲିସେଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ସରନଙ୍କୁ ଏହାର ତଥ୍ୟଗତ ପ୍ରମାଣ ହାସଲ କରିବାର ଦାୟିତ୍ୱ ଦେଇଥିଲେ । ଶ୍ରୀ ଫାର୍ଣ୍ଣାଡିସଙ୍କ କାହାଣୀରେ ଗାନ୍ଧୀଙ୍କୁ ୪ର୍ଥ ଗୁଳିଚାଲଣା ଅନ୍ୟ ଜଣେ ବ୍ୟକ୍ତି କରିଥିବା ଅଭିଯୋଗ ହୋଇଥିଲା ।