ଓଡିଆନ୍ ନ୍ୟୁଜ

160

୨୫ରେ ମୁକ୍ତିଲାଭ କରିବ ପଦ୍ମାବତ୍

Team Odian News |

୨୫ରେ ମୁକ୍ତିଲାଭ କରିବ ପଦ୍ମାବତ୍
ମୁମ୍ବଇ,୮/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବ ପଦ୍ମାବତ୍। ଦୀପିକା ପାଦୁକୋନ୍‌ ,ରଣବୀର ସିଂ ଓ ସାହିଦ୍‌ କପୁର ଅଭିନୀତ ତଥା ସଂଜୟ ଲୀଲା ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ ପ୍ରାରମ୍ଭରୁ ବିବାଦରେ ରହିଛି। ସିବିଏଫସିଙ୍କ ପକ୍ଷରୁ ଏହା ୟୁ/ଏ ସାର୍ଟିଫିକେଟ ଦିଆଯିବା ପରେ ଏହାର ରିଲିଜ୍‌ ତାରିଖ ଜଣାପଡ଼ିଛି। ପୂର୍ବରୁ ସିବିଏଫସିର ବିଚାରକ ମଣ୍ଡଳୀ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ କରି ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଥିଲେ। ସେହିପରି ଏହି ଫିଲ୍ମର ବିବାଦୀୟ ‘ଘୁମର୍‌’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଥିଲା।