ଓଡିଆନ୍ ନ୍ୟୁଜ

120

ବୃଦ୍ଧାଶ୍ରମରେ ରହୁଛନ୍ତି ପୂର୍ବତନ ନିର୍ବାଚନ କମିଶନ ଟିଏନ୍‌ ସେଶାନ୍‌

Team Odian News |

ବୃଦ୍ଧାଶ୍ରମରେ ରହୁଛନ୍ତି ପୂର୍ବତନ ନିର୍ବାଚନ କମିଶନ ଟିଏନ୍‌ ସେଶାନ୍‌
ଚେନ୍ନାଇ,୮/୧ (ଓଡ଼ିଆନ୍‍ ନ୍ୟୁଜ୍‍): ୧୯୯୦ ପୂର୍ବରୁ ଭାରତର ନିର୍ବାଚନ କମିଶନଙ୍କୁ ସାଧାରଣ ଲୋକ ଜାଣି ନ ଥିଲେ ।  କେବଳ ରାଜନୈତିକ ଦଳ ଭିତରେ ନିର୍ବାଚନ ସୀମିତ ରହୁଥିବା ଲୋକମାନେ ଭାବୁଥିଲେ । ମାତ୍ରର ଟିଏନ୍‌ ସେଶାନ୍‌ ନିର୍ବାଚନ କମିଶନ ହେବା ପରେ ଲୋକମାନେ ଦେଶରେ ନିର୍ବାଚନ କମିଶନ ଥିବା କଥା ଅନୁଭବ କରିଥିଲେ । ସେ ନିର୍ବାଚନ ପରିଚାଳନାରେ କମିଶନଙ୍କ ଭୂମିକା ଓ ଶକ୍ତି କ’ଣ ତାହା ଦେଖାଇଥିଲେ। ହେଲେ ୮୫ ବର୍ଷିୟ ଟିଏନ୍‌ ସେଶାନ ଏବେ ଏକ ବୃଦ୍ଧାଶ୍ରମରେ ରହିଥିବା ଜଣା ପଡିଛି । ଏ ବିଷୟରେ ଏକ ପ୍ରମୁଖ ଇଂରାଜୀ ଖବରକାଗଜରେ ଖବର ପ୍ରକାଶିତ ହୋଇଛି ।

ଚେନ୍ନାଇର ଏସ୍‌ଏସ୍‌ଏମ୍‌ ରେସିଡେନସି୍‌ରେ ଥିବା ଏକ ବୃଦ୍ଧାଶ୍ରମରେ ଟିଏନ୍‌ ସେଶାନ ରହୁଛନ୍ତି । ତାଙ୍କର ସ୍ମୃତି ଶକ୍ତି ହ୍ରାସ ପାଇଛି। ସେ ଅନେକ କଥା ଭୂଲି ଯାଉଛନ୍ତି । ଟିଏନ୍‌ ସେଶାନ୍‌ ସତ୍ୟ ସାଇବାବାଙ୍କର ଶିଷ୍ୟ ଥିଲେ । ତାଙ୍କର ଦେହାନ୍ତ ପରେ ସେଶାନ ମାନସିକ ସ୍ତରରେ ଗଭୀର ଭାବରେ ଆଘାତ ପାଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ପରେ ସେ ଏକ ବୃଦ୍ଧାଶ୍ରମକୁ ଚାଲିଆସିଥିଲେ। ସେଠାରେ ୩ ବର୍ଷ ରହିବା ପରେ ତାଙ୍କ ଘରକୁ ନିଆଯାଇଥିଲା। ହେଲେ ସେ ଘରେ ନ ରହି ପୁଣି ବୃଦ୍ଧାଶ୍ରମକୁ ଚାଲି ଆସିଛନ୍ତି ।

ସେ ଭାରତର ଦଶମ ନିର୍ବାଚନ କମିଶନ । ଡିସେମ୍ବର ୧୦ , ୧୯୯୦ରେ ସେ ନିର୍ବାଚନ କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଡିସେମ୍ବର ୧୧, ୧୯୯୬ରେ ତାଙ୍କର କାର୍ୟ୍ୟକାଳ ଶେଷ ହୋଇଥିଲା। ଉତ୍ତମ ଭାବେ ନିର୍ବାଚନ ପରିଚାଳନା ଯୋଗୁଁ ସେ ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲେ । ୧୯୯୫ ମସିହାରେ ବିହାରରେ ୫ଟି ପର୍ୟ୍ୟାୟରେ ନିର୍ବାଚନ ପରିଚାଳନା କରି ସେ  ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ୧୯୯୭ରେ ସେ କେଆର୍‌ ନାରାୟଣନ୍‌ଙ୍କ ବିପକ୍ଷରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।