ଓଡିଆନ୍ ନ୍ୟୁଜ

90

ମଲାଜହ୍ନ ରକ୍ଷଣଶିଳ ସମାଜର ଏକ ନିଆରା ପ୍ରେମକଥା

Team Odian News |

 ମଲାଜହ୍ନ ରକ୍ଷଣଶିଳ ସମାଜର ଏକ ନିଆରା ପ୍ରେମକଥା

କଟକ,୨୫/୯(ଓଡ଼ିଆନ୍ ନ୍ୟୁଜ୍): ନବେଦଶକର ମଧ୍ୟ ଭାଗରେ ଓଡ଼ିଆ ସିନେ ଦୁନିଆରେ ଚହଳପାଇ ଦେଇଥିଲା “ମଲାଜହ୍ନ” । ୧୯୬୫ ମସିହାରେ ନିତାଇ ପଲିତଙ୍କ ଲେଖା ଓ ନିର୍ଦ୍ଦେଶନାରେ ତିଆରି ହୋଇଥିଲା ଏହି ଫିଲ୍ମଟି । ଫିଲ୍ମର ମୁଖ୍ୟ ଭୂମିକାରେ ଅକ୍ଷୟ ମହାନ୍ତି ଓ ଝରଣା ଦାସ ଅଭିନୟ କରିଥିଲେ । ଔପନାସୀକ ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ ଉପରେ ଫିଲ୍ମଟି ରଚନା କରାଯାଇଥିଲା । ଫିଲ୍ମରେ କାହାଣୀ ଜଣେ ବିବାହିତ ମହିଳା ଓ ଜଣେ ଯୁବକର ପ୍ରେମ ସମ୍ପର୍କ ଓ ତାହାର ପରିଣାମ ବିଷୟରେ ଦର୍ଶ ଯାଇଥିଲା । ସେମାନେ କିପରି ନିଜ ପ୍ରେମ ପାଇଁ ସଂଘର୍ଷ କରୁଛନ୍ତି ଏହି ସବୁ ସେହି ଫିଲ୍ମରେ ଚିର୍ତ୍ତିତ କରାଯାଇଥିଲା । ମଲାଜହ୍ନରେ ଅକ୍ଷୟ ମହାନ୍ତି ନାୟକ ନାଥ ଓ ଝରଣା ଦାସ ନାୟୀକା ସତି ଭୂମିକାରେ ଅଭିନୟ କରିଥିଲେ । ସତି ନିଜ ଗରିବ ମା’ବାପାଙ୍କ ବାଧ୍ୟବାଧକତାରେ ଜଣେ ବୃଦ୍ଧ ଲୋକକୁ ବିବାହକରେ ଯାହାରକି ଅନ୍ୟଜଣେ ସୁନ୍ଦରୀ ମହିଳା ସହିତ ସମ୍ପର୍କଥାଏ । ଏହି ଭଳି ଏକ ଜଟିଳ ପରିସ୍ଥିତି ଦେଇ ଗତିକରିବା ସମୟରେ ସତି ଜୀବନର ଦଃୁଖକଷ୍ଟ ଦୁରପାଇଁ ଅନ୍ୟଜଣେ ସାହାରା ଖୋଜୁଥାଏ । ଆଉ ତାର ଦୁଃଖ ଲାଘବ ପାଇଁ ମିଳିଯାଇଥିଲା ତାର ପଡ଼ୋସୀ ଯୁବକ ନାଥକୁ । ନାଥର ଆଖିରେ ସେ ତା ପାଇଁ ଥିବା ଭଲ ପାଇବାକୁ ଦେଖି ପାରିଥିଲା । ଉଭୟ ଉଭୟଙ୍କ ଭଲ ପାଇବାରେ ପଡ଼ି ଶେଷରେ ଦୁଇଜଣ ଯାଗ ଗାଁ ଛାଡ଼ି କଟକ ସହରକୁ ପଳେଇ ଯାଇଛନ୍ତି । ହେଲେ ସେତେବେଳର ରକ୍ଷଣଶିଳ ସମାଜରେ ଅନେକ ପରୀକ୍ଷା ଦେବାକୁ ପଡ଼େ ସେମାନଙ୍କୁ ବିଶେଷ କରି ସତିକୁ । ନାଥ ଓ ତାର ସମ୍ପର୍କକୁ ନେଇ ରକ୍ଷଣଶିଳ ପଡ଼ୋସୀ ବାରମ୍ବାର ପ୍ରଶ୍ନ କରିବା ସହ ଅନେକ ତାତ୍ସଲ୍ୟ କଥା ଶୁଣାଏ ସତିକୁ । ହେଲେ ସତି ସେହି ରକ୍ଷଣଶିଳ ପଡ଼ୋସୀଙ୍କୁ ପ୍ରଶ୍ନର ଉତ୍ତର ଦେବାରେ ସମର୍ଥ ନହୋଇ ଶେଷରେ ନଦୀକୁ ଡ଼େଇଁ ଆତ୍ମହତ୍ୟା କରେ । ଏଥିରେ ରହିଥିବା ଛଅଟି ଗୀତକୁ ଯଥାକ୍ରମେ କଲ୍ୟାଣି ଭଟ୍ଟାଚାର୍ଯ୍ୟ, ନିର୍ମଳମିଶ୍ର, ପ୍ରଣବ ପଟନାୟକ, ଅକ୍ଷୟ ମହାନ୍ତି କଣ୍ଠଦାନ କରିଥିଲେ । ଏହି ଫିଲ୍ମର କାମ ୧୯୬୨ ମସିହାରୁ ଅକ୍ଷୟ ମହାନ୍ତି ଓ ଅକ୍ଷୟ ମହାନ୍ତିକ ସହ ପ୍ରଯୋଜନାରେ ଆରମ୍ଭ ହୋଇଥିଲା । ଏଥିରେ ତାଙ୍କର କେତେକ ବନ୍ଧୁମାନେ ସହଯୋଗ ମଧ୍ୟ କରିଥିଲେ । ହେଲେ ଫିଲ୍ମଟିର ସୁଟିଂ ଆର୍ଥିକ ସମସ୍ୟା ପାଇଁ ଦୁଇଦୁଇଥର ଅଟକି ଯାଇଥିଲା । ଅନେକ ସମସ୍ୟା ଦେଇ ଫିଲ୍ମଟି ସୁଟିଂ ଶେଷ ହେବା ସହ ଦର୍ଶକଙ୍କଠାରୁ ଅନେକ ପ୍ରଶଂସା ସାଉଁଟି ପାରିଥିଲା । କେବଳ ସେତିକି ନୁହେଁ ଫିଲ୍ମଟି ୧୯୬୫ ମସିହାରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବରେ ବେଷ୍ଟ ଓଡ଼ିଆ ଫିଲ୍ମର ପୁରଷ୍କାର ପାଇପାରିଥିଲା ।