ଓଡିଆନ୍ ନ୍ୟୁଜ

126

ସରୋଦ ବାଦକ ପଣ୍ଡିତ ବୁଦ୍ଧଦେବଙ୍କ ପରଲୋକ

Team Odian News |

ସରୋଦ ବାଦକ ପଣ୍ଡିତ ବୁଦ୍ଧଦେବଙ୍କ ପରଲୋକ
କଲକାତା,୧୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ପ୍ରତିଷ୍ଠିତ ସରୋଦ ବାଦକ ପଣ୍ଡିତ ବୁଦ୍ଧଦେବ ଦାସଗୁପ୍ତାଙ୍କର ସୋମବାର ହୃଦ୍‌ଘାତରେ ପରଲୋକ ହୋଇଛି । ତାଙ୍କୁ ୮୪ବର୍ଷ ହୋଇଥିଲା । ପଦ୍ମ ଭୂଷଣ ପୁରସ୍କାର ବିଜେତା ବୁଦ୍ଧଦେବ କିଛି ଦିନ ହେଲା ଶ୍ୱାସଗତ ସମସ୍ୟାରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି । ବାନାର୍ଜୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ବୁଦ୍ଧଦେବଙ୍କ ମୃତ୍ୟୁ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଦେଇଛି । ୧୯୩୩ରେ ବିହାରର ଭାଗଲପୁରସ୍ଥିତ ମାମୁ ଘରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରଫୁଲ୍ଲ ମୋହନ ଦାସଗୁପ୍ତା ଜିଲାପାଳ ଥିଲେ । ସାନପୁଅ ଆମେରିକାରୁ ଫେରିବା ପରେ ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କର ଜଣେ ବନ୍ଧୁ ତଥା ଶିଷ୍ୟ କହିଛନ୍ତି ।