ଓଡିଆନ୍ ନ୍ୟୁଜ

142

ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ

Team Odian News |

ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ
ଭୁବନେଶ୍ୱର,୧୬/୧( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ ଧରଣ ଅଦଳବଦଳ କରାଯାଇଛି। ୨୦୦୧ ବ୍ୟାଚ ଆଇଏଏସ୍‌ ଅଧିକାରୀ ଶାଳୀନ ପଣ୍ଡିତଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ପରିଚାଳନା ନିର୍ଦେଶିକା , ୨୦୦୨ ବ୍ୟାଚ ଆଇଏଏସ୍‌ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକଙ୍କୁ  ସିଏମ୍‌ଜିଆଇର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ଏବେ ରାଜ୍ୟ ମେଡିକାଲ କର୍ପୋରେସନ୍‌ର ପରିଚାଳନା ନିର୍ଦେଶିକା ଭାବେ କାର୍ୟ୍ୟ ତୁଲାଉଛନ୍ତି । ୨୦୦୪ ବ୍ୟାଚ ଆଇଏଏସ୍‌ ଅଧିକାରୀ  ପ୍ରଭାତ କୁମାର ଲେଙ୍କାଙ୍କୁ  ଲୋକ ଉଦ୍ୟୋଗ (ପବ୍ଲିକ ଏଣ୍ଟର ପ୍ରାଇସ୍‌)ର ନୂତନ ଅତିରିକ୍ତ ସିଚିବ ଭାବେ ଦାୟିତ୍ୱ ଦିଆଯାଇଛି । ୨୦୦୮ ବ୍ୟାଚ ଆଇଏଏସ୍‌ ଅଧିକାରୀ   ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଓପେପାର ନୂଆ ପ୍ରକଳ୍ପ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ୨୦୧୦ ବ୍ୟାଚ ଆଇଏଏସ୍‌ ଅଧିକାରୀ   ସୁଧାଂଶୁ ମୋହନ ସାମଲଙ୍କୁ ଉଦ୍ୟାନ ବିଭାଗର ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।୨୦୧୦ ବ୍ୟାଚ ଆଇଏଏସ୍‌ ଅଧିକାରୀ  ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ସ୍ମାର୍ଟ ସିଟିର ନୂଆ ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ସେ ରାଉରକେଲା ମହାନଗର ନିଗମର କମିଶନର ଭାବେ ବି ଦାୟିତ୍ୱ ତୁଲାଇବେ ।

 ସେହିପରି ୮ଟି ଜିଲାର ଜିଲାପାଳଙ୍କୁ ବଦଳି କରାଯାଇଛି । ୨୦୦୯ ବ୍ୟାଚ ବ୍ୟାଚ ଆଇଏଏସ୍‌ ଅଧିକାରୀ  ତିରୁମାଲା ନାୟକଙ୍କୁ ବଲାଙ୍ଗୀରର ଜିଲାପାଳ, ୨୦୧୧ ବ୍ୟାଚ ଆଇଏଏସ୍‌ ଅଧିକାରୀ  ଆଶିଷ ଠାକରେଙ୍କୁ କେନ୍ଦୁଝର ଜିଲାପାଳ, ୨୦୧୧ ବ୍ୟାଚ ଆଇଏଏସ୍‌ ଅଧିକାରୀ   କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ କୋରାପୁଟ ଜିଲାପାଳ, ୨୦୧୨ ବ୍ୟାଚ ଆଇଏଏସ୍‌ ଅଧିକାରୀ   ଆଇଏଏସ୍‌ ଅଧିକାରୀ ଅନୁପମ ଶାହାଙ୍କୁ ଗଜପତିର ଜିଲାପାଳ, ୨୦୧୨ ବ୍ୟାଚ ଆଇଏଏସ୍‌ ଅଧିକାରୀ   ମନୀଷ ଅଗ୍ରଓ୍ୱାଲାଙ୍କୁ ମାଲକାନଗିରି ଜିଲାପାଳ, ୨୦୧୨ ବ୍ୟାଚ ଆଇଏଏସ୍‌ ଅଧିକାରୀ   ନିଖିଲ ପବନ କଲ୍ୟାଣଙ୍କୁ ଢେଙ୍କାନାଳ ଜିଲାପାଳ, ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଅଜିତ କୁମାର ମିଶ୍ରଙ୍କୁ  ନବରଙ୍ଗପୁର ଜିଲାପାଳ, ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ  ରମେଶ ଚନ୍ଦ୍ର ରାଉତଙ୍କୁ ବାଲେଶ୍ୱର ଜିଲାପାଳ, ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ପରିଡା ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ, ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦାସଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ , ଓପିଏସିର ନୂଆ ଅଧ୍ୟକ୍ଷ ଭାବେ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।