ଓଡିଆନ୍ ନ୍ୟୁଜ

146

୨୦୨୨ରେ ଉତ୍ପାଦନକ୍ଷମ ହେବ ରାଜସ୍ଥାନ ତୈଳ ବିଶୋଧନାଗାର ପ୍ରକଳ୍ପ : ପ୍ରଧାନମନ୍ତ୍ରୀ

Team Odian News |

୨୦୨୨ରେ ଉତ୍ପାଦନକ୍ଷମ ହେବ ରାଜସ୍ଥାନ ତୈଳ ବିଶୋଧନାଗାର ପ୍ରକଳ୍ପ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬/୧( ଓଡ଼ିଆନ୍‍ ନ୍ୟୁଜ୍‍ ) : ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଡମେର ଜିଲ୍ଲା ସ୍ଥିତ ପଚ୍‌ପଦ୍ରା ଗ୍ରାମଠାରେ ରାଜସ୍ଥାନ ତୈଳ ବିଶୋଧନାଗାର ପ୍ରକଳ୍ପ କାର୍ୟ୍ୟର ଆଜି ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଅନେକଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧି ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୨୨ରେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବ ସେତେବେଳେ ଏଠାରୁ ଦେଶକୁ ନୂତନ ଉର୍ଜ୍ଜା ମିଳିବା ଆରମ୍ଭ ହେବ ବୋଲି ସେ କହିଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ତୈଳ ଶୋଧନାଗାର । ୪୩,୦୦୦ କୋଟି ଟଙ୍କ ବ୍ୟୟରେ ନିର୍ମିଣ ହେଉ ଥିବା ଏହି ପ୍ରକଳ୍ପ ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଗମ ଓ ରାଜସ୍ଥାନ ସରକାରଙ୍କର ଏକ ମିଳିତ ଉଦ୍ୟୋଗ । ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ୟ୍ୟ ଶେଷ ହେବ । ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟ ୩୪, ୦୦୦ କୋଟି ଟଙ୍କାର ଅତିରିକ୍ତ ଆୟ କରି ପାରିବ । ପ୍ରକଳ୍ପ ଯୋଗୁଁ ୧୦ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ୪୦ହଜାର ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ମିଳିବ । ରାଜ୍ୟରେ ତୈଳ ସନ୍ଧାନ କରାଯାଇଥିବା ଅଞ୍ଚଳରେ ଏହି ବିଶୋଧନାଗାର ନିର୍ମାଣ କରାଯାଉଛି । ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ, ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖାୱତ, ସିଆର ଚୌଧୁରୀ ଓ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଶ୍ରୀ ମୋଦୀ ପଚ୍‌ପଦ୍ରାଠାରେ ଏକ ଜନସଭାରେ ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି ।