ଓଡିଆନ୍ ନ୍ୟୁଜ

108

ତିହାର ଜେଲରେ ଭାରତୀୟ ଚିତ୍ରଶିଳ୍ପୀ ।

Team Odian News |

ତିହାର ଜେଲରେ ଭାରତୀୟ ଚିତ୍ରଶିଳ୍ପୀ  । 
ଦିଲ୍ଲୀ,୨୫/୯(ଓଡ଼ିଆନ୍ ନ୍ୟୁଜ୍): ତିହାର ଜେଲରେ ଚିତ୍ରଶିଳ୍ପୀ  । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତିକି ? ଭାବୁଥିବେ ଅପରାଧୀ କରି ଚିତ୍ରଶିଳ୍ପୀମାନେ ଏବେ ଜେଲରେ ଅଛନ୍ତି  । କିନ୍ତୁ ତାହା ନୁହେଁ  । ଜେଲରେ ବନ୍ଦୀ ଥିବା ଅପରାଧୀମାନଙ୍କ ଜୀବନ ଶୈଳୀ ସହିତ ତାଙ୍କ ଆଶା ଓ ନିରାଶାକୁ ଅଙ୍ଗେ ନିଭାଇ ଜେଲ କୋଠରୀର ଅନ୍ଧାରୀ ମୂଲକରେ ରଙ୍ଗତୂଳିରେ ଜୀବନ୍ୟାସ ଦେଇଛନ୍ତି କିଛି ଭାରତୀୟ ଅନ୍ତର୍ଜାତୀୟ ଚିତ୍ରକର  । କେନ୍ଦ୍ରୀୟ ଲଲିତକଳା ଏକାଡ଼େମୀ, ସାହିତ୍ୟକଳା ପରିଷଦ ଏବଂ ଦିଲ୍ଲୀ ପୋଲିସର ମିଳିତ ପ୍ରୟାସରେ ତିହାର ଜେଲରେ ରହୁଥିବା ଅନ୍ତେବାସୀ ମାନଙ୍କ ଉପରେ ୪୦ ଜଣ ଭାରତୀୟ ଅର୍ନ୍ତଜାତିକ ଚିତ୍ରଶିଳ୍ପୀ ମାନଙ୍କୁ ନେଇ ଏକ ଅନୁସନ୍ଧାନ ଚିତ୍ରଶାଳା ଅନୁଷ୍ଠିତ ହୋଇଯାଇଛି  । ବିଶିଷ୍ଠ ଚିତ୍ରକର ବୀରମୁନ୍ସି,  ଭିଜେନ୍ଦ୍ର ଏସ୍ଭିଜ୍, ‘ରହଦ୍ ହୁସେନ୍, ସୁଧାଂଶୁ ସୂତାର, ପତୁଲ ଦାଶ, ମଣୀନ୍ଦ୍ରନାଥ ଚର୍ତୁବେଦୀ ଏବଂ ଚିନ୍ତନ ଉପାଧ୍ୟାୟ ପ୍ରମୁଖ ଜେଲ ଅନ୍ତେବାସୀଙ୍କ ଅନ୍ତରଙ୍ଗତାରେ ଚିତ୍ର୍ରଆଙ୍କିଛନ୍ତି  । ଚିତ୍ରକଳା, ମଣିଷ ଜୀବନର ଏକ ପ୍ରତିଛବି  ।  ଯେଉଁଠି କଳାକାର ତାର ଆତ୍ମସୁଦ୍ଧି, ପ୍ରଜ୍ଞା ଏବଂ ସ୍ୱୀକାରକୁ ଖୁବ୍ ନିକଟରେ ପରଖିଛନ୍ତି  ।  ସେଥିପାଇଁ କଳା ଏକ ଚିକିତ୍ସା  । କିନ୍ତୁ ଚିତ୍ରକର ଫ୍ରାଙ୍କସାଇଜେକ୍ଙ୍କ ମତରେ ଚିତ୍ରକଳା ଚିତ୍ରକରର ମାନସିକତାର ଅନୁଶୀଳନ  । ତିହାର ଜେଲର ଜଣେ ଅନ୍ତେବାସୀ ମୁକେଶ ପ୍ରଜାପତିଙ୍କ ଭାବର ଆଦାନ ପ୍ରଦାନରେ ଆନ୍ତର୍ଜାତିକ ଓଡ଼ିଆ ଚିତ୍ରଶିଳ୍ପୀ ସୁଧାଂଶୁ ତାଙ୍କ ତୁଳିରେ ପ୍ରକୃତିର ଚକ୍ର ଲାର୍ର୍ଭା ଓ ପ୍ରଜାପତିର ଚିତ୍ର ଆଙ୍କିଛନ୍ତି  । ତାଙ୍କ ମତରେ ଜୀବନ ଶୈଳୀର ପରିବତର୍୍ିତ ଜୀବନଧାରାର ଜଣେ ପାଲଟିଯାଏ ଜେଲ ଚାରିକାନ୍ଥ ଭିତରେ ଅନ୍ତେବାସୀ  । ସଅଁବାଳୁଆର ବିକୃତ ତଥା କ୍ଷତିକାରକ ପୋକର ପରବର୍ତୀ ଜୀବନ୍ୟାସ ହିଁ ଏକ ସୁନ୍ଦର ପ୍ରଜାପତି  । ସେହିଭଳି ଜେଲର ଥିବା ଅନ୍ତେବାସୀଙ୍କ ଜୀବନ ଆସନ୍ତାକାଳି ଏକ ସୁନ୍ଦର ପ୍ରଜାପତି ଭଳି ଉଡ଼ିବୁଲିବ ସମାଜର ରଙ୍ଗୀନ ବଗିଚାରେ  । ଜେଲରେ ଥିବା ଅନେକ ଅନ୍ତେବାସୀ ବହୁ ପରିମାଣରେ ଆଦର୍ଶବାଦୀ, ସମୟକ୍ରମେ ସେମାନେ ଜେଲର କାଳକୋଠରୀରେ ପହଚିଂ ଥାଇପାରନ୍ତି  । କିନ୍ତୁ ସେମାନେ ଗାନ୍ଧୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ବଳିଦାନ ଦେଇଥିବା ଜାତୀୟବୀର ମାନଙ୍କୁ ମନେପକାନ୍ତି  । ଆୟୋଜକ ମାନଙ୍କ ଏଭଳି ପ୍ରୟାସ ଜେଲ ଅନ୍ତେବାସୀ ପାଇଁ ଆନ୍ତରିକ ଆଶା ଓ ଆକାଂକ୍ଷାକୁ ପରିପ୍ରକାଶ କରିବାର ମାଧ୍ୟମ ପାଲଟିଥିଲା  ।