ଓଡିଆନ୍ ନ୍ୟୁଜ

133

ପାକ୍‌ ଗୁଳିରେ ଯବାନଙ୍କ ସମେତ ୩ ମୃତ, ୮ ଆହତ

Team Odian News |

ପାକ୍‌ ଗୁଳିରେ ଯବାନଙ୍କ ସମେତ ୩ ମୃତ, ୮ ଆହତ
ଜାମ୍ମୁ,୧୯/୧( ଓଡ଼ିଆନ୍‍ ନ୍ୟୁଜ୍‍ ) : ପାକିସ୍ତାନ ସେନା ଶୁକ୍ରବାର ସକାଳେ ଜାମ୍ମୁ ଆନ୍ତର୍ଜାତିକ ସୀମାର ସାମ୍ବା ଜିଲାର ହିରାଗନର, କାଠୁଆ, ଆରଏସ୍‌ ପୁରା, ରାମଗଡ଼ ଏବଂ ଅର୍ନିଆ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଏଥିରେ ଜଣେ ବିଏସ୍ଏଫ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଭାରତୀୟ ନାଗରକଙ୍କ ମୃତ୍ୟୁ ଘଟିଛି। ସାମ୍ବା ଅଞ୍ଚଳରେ ୩ ଜଣ, ହିରାନଗର ଏବଂ କାଠୁଆରେ ୫ ଜଣ ସାଧାରଣ ନାଗରିକଙ୍କୁ ମିଶାଇ ୮ ଜଣ ଆହତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ଭାରତ ଓ ପାକିସ୍ତାନ ମିଳିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଭଳି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ପ୍ରକାଶ ଯେ ଗୁରୁବାର ଜାମ୍ମୁ କାଶ୍ମୀରର ଅର୍ନିଆ, ଆରଏସ ପୁରା ଓ ରାମଗଡ ସେକ୍ଟରରେ ବିଏସଏଫ୍‌ ଶିବିର ଉପରକୁ ପାକିସ୍ତାନୀ ସୈନ୍ୟ ଆଖିବୁଜା ଗୁଳିଚାଳନା କରିବା ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଜଣେ ବାଳିକା ପ୍ରାଣ ହରାଇଥିଲେ । ଅର୍ନିଆ, ରାମଗଡ଼ ଏବଂ ଆରଏସ୍‌ପୁରା ସୀମାରେ ଥିବା ୪୦ଟି ଗ୍ରାମକୁ ପାକିସ୍ତାନୀ ସୈନ୍ୟ ଟାର୍ଗେଟ କରି ଆଖିବୁଜା ଗୁଳିଗୋଳା ମାଡ଼ କରିଥିଲେ ବୋଲି ସୂଚନା ମିଳିଛି ।