ଓଡିଆନ୍ ନ୍ୟୁଜ

227

ବୈଜୟନ୍ତଙ୍କୁ ବିରୋଧ ତେଜୁଛି, ସପକ୍ଷରେ ବି ଲୋକେ କେନ୍ଦ୍ରାପଡ଼ାରେ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ।

Team Odian News |

ବୈଜୟନ୍ତଙ୍କୁ ବିରୋଧ ତେଜୁଛି, ସପକ୍ଷରେ ବି ଲୋକେ 
କେନ୍ଦ୍ରାପଡ଼ାରେ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ  । 
କେନ୍ଦ୍ରାପଡ଼ା,୧୯ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଶେଷରେ ନିଜର ଆଦବକାଇଦାରେ ଚାଲିଥିବା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତଙ୍କୁ ରାଜନୈତିକ ଅସ୍ତ୍ରରେ ଆକ୍ରମଣ ଆରମ୍ଭ ହୋଇଛି  । ଜିଲା ବିଜେଡ଼ି ସଭାପତି ଧୃବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦଙ୍କ ବିରୋଧରେ ଫେରାଦ ହେବା ପରେ ଶୁକ୍ରବାର ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଲା ମଲ୍ଲିକ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି  । ଶ୍ରୀମତୀ ମଲ୍ଲିକ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଲୋକପ୍ରତିନିଧି ମାନଙ୍କୁ ଭେଟି ସାଂସଦଙ୍କ ପ୍ରତି ସେମାନଙ୍କ ମନୋଭାବକୁ ତଦନ୍ତ କରିଛନ୍ତି  । ଏହା ସହିତ ସାଂସଦ ଶ୍ରୀପଣ୍ଡାଙ୍କ ସହିତ ଯୋଗାଯୋଗ କରି ବିଫଳ ହୋଇଥିବାର କହିଛନ୍ତି  । ଏପଟେ ସାଂସଦ ଶ୍ରୀପଣ୍ଡାଙ୍କୁ ସମର୍ଥନରେ ଡ଼େରାବିଶ୍‍ ଏବଂ ପଟ୍ଟାମୁଣ୍ଡାଇରେ ସାଧାରଣ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି  । ହେଲେ ହଠାତ୍‍ ସାଂସଦ ଶ୍ରୀପଣ୍ଡାଙ୍କୁ  ବିଜେଡ଼ି ଦଳ ଭିତରୁ କାହିଁକି ବିରୋଧ ପ୍ରଦର୍ଶନ କରାଯାଇଛି ତାହାକୁ ନେଇ ଜିଲାବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି  । ଏମିତିକି ପ୍ରାୟ ସମୟରେ କେନ୍ଦ୍ରାପଡ଼ାର ସାଂସଦ ପ୍ରତି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଲକ୍‍ରେ ଯୋଗଦେଉଛନ୍ତି  । ପୂର୍ବରୁ କେନ୍ଦ୍ରାପଡ଼ାର ସାଂସଦ ମାନଙ୍କୁ ସାଧାରଣ ଲୋକେ କାଁଭାଁ ଦେଖିବାର ସୁଯୋଗ ପାଉଥିଲେ  । ହେଲେ ନିଜେ ସାଂସଦଶ୍ରୀପଣ୍ଡା ହେଲିକପ୍ଟର ଯୋଗେ ଜିଲାର ଏମିତି କେଉଁ ଅଞ୍ଚଳ ନାହିଁ,ଯେଉଁଠି ସେ ଯାଇ ନାହାଁନ୍ତି  । ହେଲେ ସାଧାରଣଲୋକ ମାନଙ୍କ ପ୍ରିୟ ହୋଇଥିବା ଶ୍ରୀପଣ୍ଡା ବିଜେଡ଼ି ନେତା ମାନଙ୍କ ଚକ୍ଷୁଶୀଳ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ସାଂସଦ ଶ୍ରୀପଣ୍ଡାଙ୍କ ଲୋକପ୍ରିୟତା ନାଁ ଆଉ କିଛି ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି  । ସାଂସଦଶ୍ରୀପଣ୍ଡା ଆଜି ଟୁଇଟ୍‍ ଯୋଗେ ବିସ୍ପୋରକ ବୟାନ ଦେଇଛନ୍ତି  । ସେ ଏଥିରେ ଦର୍ଶାଇଛନ୍ତି-“ତାଙ୍କ ବିରୋଧରେ ଚାଲିଥିବା ଅଭିଯାନର କାର୍ପଟଦାର ହେଉଛନ୍ତି ଜଣେ ବ୍ୟୁରୋକ୍ରାଟ୍‌। ଯିଏକି ଏବେ ସରକାରୀ ଅଧିକାରୀରୁ ରାଜନେତା ପାଲଟିଛନ୍ତି। ଏହି ବାବୁ ଜଣକ ବିଜେଡି ଉପରେ ଏକ ପ୍ରକାର ନିୟନ୍ତ୍ରଣ ହାସଲ କରି ନେଇଛନ୍ତି।” ସେ ଲେଖିଛନ୍ତି-“ଯେଉଁ ପ୍ରକଳ୍ପ ଗୁଡିକୁ ବିଜୁବାବୁ ପରିକଳ୍ପନା କରିଥିଲେ, ଆଉ ଯାହାକୁ ପୁରା କରିବାକୁ ଯାଉଛନ୍ତି, ସେଭଳି ପ୍ରକଳ୍ପ ଗୁଡିକୁ ବାଧା ଦିଆଯିବା ମୋତେ ଦୁଃଖ ଦେଉଛି। ଅଭିଯୋଗକାରୀଙ୍କ ସହ ମୁଁ ଶତାଧିକ ବ୍ୟକ୍ତିଙ୍କୁ ଉଦ୍‌ଘାଟନୀ ଉତ୍ସବକୁ ବ୍ୟକ୍ତିଗତ ନିମନ୍ତ୍ରଣ କରିଛି। କିନ୍ତୁ ସେମାନେ ଏବେ ଏଭଳି ଓଲଟିଯିବାକୁ ନେଇ ମୁଁ ରାଗିବା ଅପେକ୍ଷା ହସିବାକୁ ଉଚିତ ମନେ କରୁଛି। କାରଣ ଏହି ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଧିକାରୀଙ୍କଠାରୁ ଫୋନ କଲ୍ ପାଇ ପ୍ରବଳ ଚାପରେ ରହୁଛନ୍ତି। ଯଦି ସେମାନେ ଉକ୍ତ ‘ବାବୁରୁ ରାଜନେତା ହୋଇଥିବା ବ୍ୟୁରୋକ୍ରାଟ’ଙ୍କୁ ଅସନ୍ତୁଷ୍ଟ କରିବେ, ତେବେ ଭବିଷ୍ୟତରେ ଟିକେଟ ପାଇବେ ନାହିଁ କିମ୍ବା ନିଜର ପଦବୀ ହରାଇବେ ବୋଲି ଧମକ ଦିଆଯାଉଛି। ବ୍ୟୁରୋକ୍ରାଟ୍‌ମାନେ ସକ୍ରିୟ ରାଜନୀତିରେ ଜଡିତ ହେବା ସର୍ଭିସ କୋଡ୍‌ରେ କଡାକଡି ଭାବେ ମନା କରାଯାଇଛି। ହେଲେ ଏହି ଅଧିକାରୀ ଜଣକ ଏସବୁ ଆଇନ କାନୁନ୍‌କୁ ଖାତିର କରୁ ନ ଥିବା ମୁଁ ଅନୁଭବ କରୁଛନ୍ତି। ଶୀଘ୍ର ହେଉ କିମ୍ବା ପରେ ଉକ୍ତ ଅଧିକାରୀ ଜଣକ ତାଙ୍କର କର୍ମର ଫଳ ଭୋଗିବେ। ମୁଁ ଜାଣିପାରୁନି, ମୋର ନେତା ଯାହାଙ୍କୁ ବିଗତ ଦୁଇ ଦଶକରୁ ଅଧିକ ସମୟ ଧରି ସହଯୋଗ, ପ୍ରଶଂସା ଓ ସମର୍ଥନ କରି ଆସୁଛି ସେ କିଭଳି ଏହି ଚକ୍ରାନ୍ତକୁ ଜାଣିପାରୁ ନାହାନ୍ତି?”

ସେ ଆହୁରି ଲେଖିଛନ୍ତି-“ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଦଳର ଜିଲ୍ଲା ପର୍ୟ୍ୟବେକ୍ଷକ ମୋତେ ଯୋଗାଯୋଗ କରିଥିଲେ। ମୁଁ ତାଙ୍କୁ କହିଥିଲି, ଅଭିଯୋଗ ଗୁଡିକୁ ଲିଖିତ ଆକାରରେ ଦେଲେ ଏହାର ଉତ୍ତର ବି ଲିଖିତ ଆକାରରେ ଦେବି। ସୌଭାଗ୍ୟବଶତଃ ମୋ ନିର୍ବାଚନମଣ୍ଡଳୀର ବାସିନ୍ଦା ଓ ଓଡ଼ିଶାର ଜନସାଧାରଣଙ୍କର ମୋ ପ୍ରତି ବିପୁଳ ସମର୍ଥନରୁ ମୁଁ ଆଶ୍ୱସ୍ତ ଏବଂ ଏହା ମୋତେ ଶକ୍ତି ଦେଇଛି।”  ତେବେ ଆଗାମୀ ଦିନରେ ସାଂସଦଙ୍କ ପ୍ରତି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ସାରା ଓଡ଼ିଶାର ନଜର ରହିଛି  ।