ଓଡିଆନ୍ ନ୍ୟୁଜ

155

ଆମ ଆଦମୀ ପାର୍ଟି (ଆପ)ର ୨୦ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆୟୋଗଙ୍କ ରାୟ ବିରୋଧରେ ଆପ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

Team Odian News |

ଆମ ଆଦମୀ ପାର୍ଟି (ଆପ)ର ୨୦ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
ଆୟୋଗଙ୍କ ରାୟ ବିରୋଧରେ ଆପ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ
ନୂଆଦିଲ୍ଲୀ,୧୯ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି (ଆପ)ର ୨୦ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିବା ନେଇ ନିର୍ବାଚନ ଆୟୋଗଙ୍କ ରାୟ ବିରୋଧରେ ଆପ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । କାର୍ୟ୍ୟକାରୀ ବିଚାରପତି ଗୀତା ମିତ୍ତଲ ଆଜି ଏହି ମାମଲାର ଶୁଣାଣି କରିବେ । ‘ଲାଭ ଜନକ ପଦ’ ମାମଲାର ବିଚାର କରି ନିର୍ବାଚନ ଆୟୋଗ ଆପର ୨୦ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗ ଏକେ ଜ୍ୟୋତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ମାମଲା କୋର୍ଟରେ ପହଞ୍ଚିଥିବାରୁ କୌଣସି ଟିପ୍ପଣୀ ଦେବେ ନାହିଁ । ଏପେଟ ୨୦ ବିଧାୟକଙ୍କ ପଦ ରଦ୍ଦ ହେବା ଆପ ପାଇଁ ବଡ଼ ଝଟକା ସଦୃଶ ହୋଇଛି । ଏହା ଦିଲ୍ଳୀରେ ଆପ ଶାସନକୁ କୌଣସି ପ୍ରକାର ଅସୁବିଧାରେ ପକାଉନଥିଲେ ବି ନୈତିକତାକୁ ଆଘାତ ଦେଇଛି । ଆପ ମୁଖପାତ୍ର ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଏକତରଫା ଭାବେ ମାମଲାର ବିଚାର କରି ରାୟ ଦେଇଛନ୍ତି । ଆପ ବିଧାୟକଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ । ପ୍ରକାଶ ଯେ ପ୍ରକାଶ ଯେ ଦିଲ୍ଲୀ ସରକାର ୨୦୧୫ ମାର୍ଚ୍ଚ ମାସରେ ୨୧ ବିଧାୟକଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତ କରିଥିଲେ । ଏହାକୁ ଲାଭ ଜନକ ପଦ ବୋଲି ଅଭିଯୋଗ କରି ପ୍ରଶାନ୍ତ ପଟେଲ ନାମକ ଜଣେ ଆଇନଜୀବୀ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ପଟେଲ ଏହି ବିଧାୟକମାନଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ଦାବି କରିଥିଲେ । ଗତବର୍ଷ ବିଧାୟକ ଜାରନୈଲ ସିଂହ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ମମାଲାରେ ବିଧାୟକଙ୍କ ସଂଖ୍ୟା ୨୦କୁ ଖସି ଆସିଥିଲା । ଏହି ମାମଲାର ବିଚାର କରି ନିର୍ବାଚନ ଆୟୋଗ ଆପର ୨୦ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଛନ୍ତି ।